ଚୀନ୍‌ରେ ମାଛ, କଙ୍କଡ଼ାର କୋଭିଡ୍ ପରୀକ୍ଷା

ବେଜିଂ : ମନୁଷ୍ୟଙ୍କ କୋଭିଡ୍ ପରୀକ୍ଷା ସାଧାରଣ କଥା ହୋଇଥିବାବେଳେ ଚୀନ୍‌ରେ ମାଛ, କଙ୍କଡ଼ା ପରି ଜଳଚର ଜୀବଙ୍କ କୋଭିଡ୍‌ ପରୀକ୍ଷା କରାଯିବା ଭଳି ବିଚିତ୍ର ଦୃଶ୍ୟ ସାମ୍ନାକୁ ଆସିଛି । ଚୀନ୍‌ର ଝିଆମେନ୍‌ ପ୍ରାନ୍ତରେ କରୋନା ସଂକ୍ରମଣ ପୁନର୍ବାର ବୃଦ୍ଧି ପାଉଥିବାରୁ ମାଛ, କଙ୍କଡ଼ାଙ୍କ ପରି ଜଳଚର ଜୀବଙ୍କ କୋଭିଡ୍‌ ପରୀକ୍ଷା କରାଯାଉଥିବା ସମୟର ଏକ ଚିତ୍ର ଦକ୍ଷିଣ ଚୀନ୍‌ ମର୍ଣ୍ଣିଂ ପୋଷ୍ଟ ତରଫରୁ ସାମାଜିକ ଗଣମାଧ୍ୟମରେ ଛଡ଼ାଯାଇଛି। ଏହି ଭିଡିଓରେ ସ୍ବାସ୍ଥ୍ୟକର୍ମୀମାନେ ମାଛ, କଙ୍କଡ଼ାର କୋଭିଡ୍‌ ପରୀକ୍ଷା କରୁଥିବାର ଦେଖିବାକୁ ମିଳୁଛି। ସ୍ବାସ୍ଥ୍ୟକର୍ମୀମାନେ ପିପିଇ କିଟ୍‌ ପିନ୍ଧି ମାଛ ପାଟି ଓ କଙ୍କଡା ଖୋଳରୁ ସ୍ବାବ୍‌ ସଂଗ୍ରହ କରି କୋଭିଡ୍ ପରୀକ୍ଷା କରୁଛନ୍ତି।

Spread the love