ପୁରୀ ବନ୍ୟାଞ୍ଚଳରେ ସୋମବାର ଓ ମଙ୍ଗଳବାର ସ୍କୁଲ ଛୁଟି, ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

ପୁରୀ: ଲଗାଣ ବର୍ଷା ଯୋଗୁ ଆସିଥିବା ବନ୍ୟା ପ୍ରଭାବରେ ଏବେ ସାରା ରାଜ୍ୟ ଜଳବନ୍ଦୀ ରହିଛି। ଏଭଳି ସ୍ଥିତିରେ ପୁରୀ ଜିଲ୍ଲାର କିଛି ଅଞ୍ଚଳ ମଧ୍ୟ ପାଣି ଘେରରେ ରହିଛି। ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ ସ୍କୁଲକୁ ୨ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ସ୍କୁଲ ଛୁଟି ନେଇ ଆଜି ଅପରାହ୍ନରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ପୁରୀ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ୨ ଦିନ ପାଇଁ ସ୍କୁଲଗୁଡ଼ିକୁ ଛୁଟି କରାଯାଇଛି। ଆସନ୍ତାକାଲି ଅର୍ଥାତ୍‌ ସୋମବାର ଓ ମଙ୍ଗଳବାର ଜିଲ୍ଲାର ସମସ୍ତ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍କୁଲ ବନ୍ଦ ରହିବ। ପରବର୍ତ୍ତୀ ସ୍ଥିତିକୁ ଦେଖି ଆଗାମୀ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ଗଣ ଶିକ୍ଷା ମନ୍ତ୍ରୀ।

Spread the love