ବୈତରଣୀରେ କମୁଛି ଜଳସ୍ତର

ଭଦ୍ରକ ୨୨।୦୮: ବୈତରଣୀ ନଦୀରେ ଜଳସ୍ତର କମିବାରେ ଲାଗିଛି । କିନ୍ତୁ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାରୁ ଏବେ ମଧ୍ୟ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବାହିତ ହେଉଛି । ଭଦ୍ରକ ଜିଲ୍ଲାର ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ୧୮.୨୫ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି ।

ସେପଟେ ବୈତରଣୀ ନଦୀର ବାମ ପଟେ ଦୁଇଟି ଘଳିଆ ହୋଇଛି । ମମାଦୁଲା ନିକଟରେ ହୋଇଥିବା ଘଳିଆକୁ ମରାମତି କରାଯାଇଛି ଓ କୋଚିଲା ନଦୀର ବାମ ପାର୍ଶ୍ଵ ପଙ୍ଗଟା ଉପରସାହି ନିକଟରେ ହୋଇଥିବା ଘଳିଆକୁ ବାଲି ବସ୍ତା ପକାଇ  ଅଟକାଯାଇଛି । ଏବେ ମଧ୍ୟ ଭଣ୍ଡାରିପୋଖରୀ ବ୍ଲକର କେତେକ ଅଞ୍ଚଳ ବନ୍ୟା ଘେରରେ ଥିବା ବେଳେ ତଳମୁଣ୍ଡ ଅର୍ଥାତ ଧାମନଗର, ତିହିଡି ବ୍ଲକର ଅନେକ ଅଞ୍ଚଳ ଜଳ ଘେରକୁ ଆସିଛି ।

Spread the love