ସାତ ଦିନ ପରେ ସରୁଛି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର : ସାତ ଦିନ ପରେ ସରୁଛି ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ? ସେଥିନେଇ ଆଶା ଆଶଙ୍କା ସୃଷ୍ଟି ହୋଇଛି । ତେବେ କଳିଙ୍ଗ ଟିଭିକୁ ମିଳିଥିବା ସୂଚନା ଅନୁସାରେ, ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି ହେବା ଯଥେଷ୍ଟ ସମ୍ଭାବନା ରହିଛି। ସୁରେଶ ମହାପାତ୍ର ଓଇଆର୍ସି ଅଧ୍ୟକ୍ଷ ପଦ ପାଇଁ ଆବେଦନ କରିଛନ୍ତି।

ସୁରେଶ ମହାପାତ୍ର ୧୯୮୬ ବ୍ୟାଚ୍ର ଆଇଏଏସ୍ ଅଧିକାରୀ। ସେପଟେ ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ମଧ୍ୟ ମୁଖ୍ୟ ସଚିବ ପଦ ରେସରେ ଅଛନ୍ତି। ପ୍ରଦୀପ ଜେନା ୧୯୮୯ ବ୍ୟାଚ୍ର ଆଇଏଏସ୍ ଅଧିକାରୀ। ହେଲେ ୧୯୮୬ରୁ ୧୯୮୯ ମଧ୍ୟରେ ବରିଷ୍ଠତା ଭିତରେ ବହୁ ଅଫିସର ରହିଯାଉଛନ୍ତି। ତେଣୁ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ସମ୍ଭାବନା ଅଧିକ ରହିଛି ।
Spread the love