ଭିଜିଲାନ୍ସ ଜାଲରେ ଲୋଇସିଂହା IIC

ବଲାଙ୍ଗୀର,  ୨୪/୦୮: ଭିଜିଲାନ୍ସ ଜାଲରେ ଖାକିବାବୁ । ସେ ପୁଣି ଥାନା ଅଧିକାରୀ l ବଲାଙ୍ଗୀର ଲୋଇସିଂହା ଥାନା ଆଇଆଇସି ପଡିଛନ୍ତି ଭିଜିଲାନ୍ସ ଜାଲରେ l ମଦ ଗାଡି ସେଲସମ୍ୟାନ୍ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଲେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ । ଆଗଲପୁର ବ୍ଲକର ଏକ ବିଦେଶୀ ମଦ ଦୋକାନ ସେଲସ୍‌ ମ୍ୟାନେଜର ଗିରଫ ହୋଇଥିଲେ । ସେଲସ ମ୍ୟାନେଜରର ଗାଡି ମଧ୍ୟ ଜବତ ହୋଇଥିଲା ।

ତେବେ ସିଜ୍ ଗାଡି ଛାଡିବା ପାଇଁ ୨୦ ହଜାର ଡିମାଣ୍ଡ କରିଥିଲେ ଲୋଇସିଂହା ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ । ଯୋଜନା ମୁତାବକ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ ଧାନାବାବୁଙ୍କୁ ରେଡ ହ୍ୟାଣ୍ଡ୍‌ ଧରିଥିଲେ । ବର୍ତ୍ତମାନ ବଲାଙ୍ଗୀର ପୋଲିସ କଲୋନୀରେ ଥିବା ସରକାରୀ କ୍ବାଟରରେ ଛାନଭିନ୍ କରୁଛି ବଲାଙ୍ଗୀର, ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ଟିମ୍ ।

Spread the love