ଭୂମିକମ୍ପରେ ଥରିଲା ଜମ୍ମୁ-କାଶ୍ମୀର

ନୂଆଦିଲ୍ଲୀ, ୨୫|୦୮: ଭୂମିକମ୍ପରେ ଥରିଲା ଜମ୍ମୁ-କାଶ୍ମୀର । ବୁଧବାର ବିଳମ୍ବିତ ରାତ୍ରରେ ଜମ୍ମୁରେ ଦୁଇଥର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଡୋଡା ଓ କିସ୍ତଓ୍ୱାଡା ଏଥିରେ ପ୍ରଭାବିତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରହିଥିଲା । ତେବେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି । ସୂଚନା ଅନୁସାରେ, ବୁଧବାର ରାତିରେ ସବୁ କିଛି ଠିକଠାକ୍ ଥିଲା । କିନ୍ତୁ ବିଳମ୍ବିତ ରାତିରେ ହଠାତ ଭୂମିକମ୍ପ ହୋଇଥିଲା । ପ୍ରଥମେ ୧୧ଟା ୪ରେ ଭୂମିକମ୍ପ ହୋଇଥିଲା । ଏହାର ତୀବ୍ରତା ଥିଲା ୩.୨ । କିଛି ସମୟ ପରେ ଆଉ ଏକ ଝଟକା ଲାଗିଥିଲା ।ନ୍ୟାଶନାଲ ସେଣ୍ଟର ଫର୍ ସିସମୋଲୋଜିର କହିବାନୁସାରେ, ୧୧ଟା ୫୨ରେ ଦ୍ୱିତୀୟ ଥର ଭୂମିକମ୍ପ ହୋଇଥିଲା । ଡୋଡା ଓ କିସ୍ତଓ୍ୱାଡାରେ ଝଟକା ଲାଗିଥିଲା । ଦ୍ୱିତୀୟ ଥର ଝଟକାର ତୀବ୍ରତା ଥିଲା ୪.୧ ।ଭୂମିକମ୍ପର କେନ୍ଦ୍ର କଟରାରୁ ୬୨ କିମି ଦୂରରେ ଥିଲା । ସେହିପରି ଗତ ତିନି ଦିନ ତଳେ ମଧ୍ୟ ଭୂମିକମ୍ପରେ ଥରିଥିଲା କାଶ୍ମୀର । ରାତି ୨ଟାରେ ଅନୁଭୂତ ଏହି ଝଟକାର ତୀବ୍ରତା ଥିଲା ୩.୯ ।

Spread the love