କଣ୍ଟାବାଞ୍ଜି ଏନଏସି ପକ୍ଷରୁ ବିଭିନ୍ନ ଦୋକାନରେ ଚଢଉ

କଣ୍ଟାବାଞ୍ଜି, ୨୬|୦୮:   କଣ୍ଟାବାଞ୍ଜି ଏନଏସି ପକ୍ଷରୁ ସହରର ପ୍ରାୟ ୪୪ଟି ଦୋକାନରେ ଚଢଉ କରାଯାଇଛି । ଦୋକାନମା ନଙ୍କରେ ପଲିଥିନ୍ ବ୍ୟବହାର ଏବଂ ଡଷ୍ଟବିନ ବ୍ୟବହାର କରୁନଥିବା ଅଭିଯୋଗରେ ୬ ହଜାର ୮୦୦ ଟଙ୍କା ଫାଇନ ଆଦାୟ କରାଯାଇଥିଲା ।

ଏନଏସି କାର୍ଯ୍ୟନିର୍ବ।ହୀ ଅଧକାରୀ ନିରନ ଧଲଙ୍କ ଉପସ୍ଥିତିରେ ଜୁନିଅର ସାନିଟେସନ ବିଶେଷଜ୍ଞ  ହେମ ସ୍ବାଇଁଙ୍କ ସହ ସ୍ବଚ୍ଛ ସୁପରଭାଇଜର ପ୍ରମୁଖ ଚଢଉରେ ସାମିଲ ଥିଲେ । ଆଇନ ଶୃଙ୍ଖଳାକୁ ନଜରରେ ରଖି ସ୍ଥାନୀୟ ପୋଲିସ ମୃତୟନ ହୋଇଥିଲେ ।

ଗତ କିଛି ଦିନ ପୁର୍ବରୁ ଏନଏସି ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପଲିଥିନ୍ ବ୍ୟବହାର ବନ୍ଦ କରିବା ସହ ଦୋକାନ ମାନଙ୍କରେ ଡଷ୍ଟବିନ ବ୍ୟବହାର ପାଇଁ ସଚେତନ କରାଯାଇଥିଲା । ଆଗକୁ ମଧ୍ୟ ଏଭଲି ଚଢଉ ଜାରି ରହିବ ବୋଲି ଏନଏସି କାର୍ଯ୍ୟନିର୍ବ।ହୀ ଅଧକାରୀ ସୁଚନା ଦେଇଛି  ।

Spread the love