ସୋନାଲୀଙ୍କୁ ମୁଖାଗ୍ନୀ ଦେଲେ ଝିଅ ଯଶୋଧରା

ଚଣ୍ଡିଗଡ଼  :  ଭାଜପା ନେତ୍ରୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲି ଫୋଗାଟ ଆଜି ପଞ୍ଚତତ୍ତ୍ୱରେ ବିଲୀନ ହୋଇଛନ୍ତି। ହରିଆଣାର  ଧୁଣ୍ଡୁରସ୍ଥିତ ତାଙ୍କ ଫାର୍ମ ହାଉସକୁ ଅଣାଯାଇ ସେଠାରୁ ଅନ୍ତିମ ଶୋଭାଯାତ୍ରା ବାହାରି  ହିସାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ତାଙ୍କ ଏକମାତ୍ର ଝିଇ ଯଶୋଧରା ମୁଖାଗ୍ନୀ ଦେଇଛନ୍ତି। ଏଥିସହ ଯଶୋଧରା ତାଙ୍କ ମା’ଙ୍କ ମୃତଦେହକୁ କାନ୍ଧେଇ ଶ୍ମଶାନକୁ ନେଇଥିଲେ। ଏହି ସମୟରେ ଯଶୋଧରାଙ୍କ ଆଖିର ଲୁହ ଥମି ନ ଥିଲା। ଅନ୍ତିମ ସଂସ୍କାର ସମୟରେ ମନ୍ତ୍ରୀ ଡକ୍ଟର କମଲ ଗୁପ୍ତାଙ୍କ ସମେତ ପୂର୍ବତନ ବିଧାୟକ କୁଲଦୀପ ବିଷ୍ଣୋଇଙ୍କ ସମେତ ପ୍ରମୁଖ ଭାଜପା ନେତା ଉପସ୍ଥିତ ଥିଲେ।

Spread the love