ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ସ୍କଲାରସିପ୍‌ ଘୋଷଣା କଲେ ସରକାର

ଦିବ୍ୟାଙ୍ଗ ମୋଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେଲା ଏନ୍‌ଏସ୍‌ପି ସ୍କଲାରସିପ୍‌ (NSP Scholarships)। ଭାରତ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (Department of Empowerment of Persons with Disabilities) ପକ୍ଷରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଏହି ସ୍କଲାରସିପ୍‌ ଆରମ୍ଭ ହୋଇଛି। ଗ୍ରାଜୁଏଟ୍‌/ ପୋଷ୍ଟ ଗ୍ରାଜୁଏଟ୍‌/ ଡିପ୍ଲୋମା ଲେବଲ ପଢ଼ିବାକୁ ଇଚ୍ଛୁକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିପାରିବେ। ଆବେଦନ କରୁଥିବା ଛାତ୍ରଛାତ୍ରୀ ୪୦ % ଅକ୍ଷମ ହୋଇଥିବା ଆବଶ୍ୟକ। ଏଥିସହ ଦିବ୍ୟାଙ୍ଗର ପ୍ରମାଣ ପତ୍ର ମଧ୍ୟ ତାଙ୍କ ନିକଟରେ ଥିବା ଆବଶ୍ୟକ। ଆବେଦନ କରୁଥିବା ପ୍ରାର୍ଥୀଙ୍କ ପରିବାରର ବାର୍ଷିକ ରୋଜଗାର ୬ ଲକ୍ଷରୁ କମ୍‌ ହୋଇଥିବା ଆବଶ୍ୟକ।

ସ୍ନାତକ, ସ୍ନାତକୋତ୍ତର କିମ୍ବା ଡିପ୍ଲୋମା ଲେବୁଲର ପାଠ ପଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀ ହିଁ କେବଳ ଏଥିପାଇଁ ଆବେଦନ କରିପାରିବେ। ସ୍କଲାରସିପ୍‌ରେ ପ୍ରାର୍ଥୀଙ୍କୁ ପୁରସ୍କାର ସ୍ୱରୂପ ଚଳିବା ପାଇଁ ଭତ୍ତା, ଦିବ୍ୟାଙ୍ଗ ଭତ୍ତା ସହ ଅନ୍ୟ ସୁବିଧା ମିଳିବ।

ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୩୧ ଅକ୍ଟୋବର ୨୦୨୨। ଛାତ୍ରଛାତ୍ରୀ କେବଳ ଅନ୍‌ଲାଇନ୍‌ରେ ହିଁ ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିପାରିବେ।

ସ୍କଲାରସିପ୍‌ର ନାଁ:

ଏନ୍‌ଏସ୍‌ପି ସ୍କଲାରସିପ୍‌ (NSP Scholarships)

ସ୍କଲାରସିପ୍‌ ଦେଉଥିବା ସଂସ୍ଥାର ନାଁ:

ଭାରତ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (Department of Empowerment of Persons with Disabilities)

ଯୋଗ୍ୟତା:

ଛାତ୍ରଛାତ୍ରୀ ୪୦ % ଅକ୍ଷମ ହୋଇଥିବା ଆବଶ୍ୟକ।

ଦିବ୍ୟାଙ୍ଗର ପ୍ରମାଣ ପତ୍ର ଥିବା ଆବଶ୍ୟକ।

ପ୍ରାର୍ଥୀଙ୍କ ପରିବାରର ବାର୍ଷିକ ରୋଜଗାର ୬ ଲକ୍ଷରୁ କମ୍‌ ହୋଇଥିବା ଆବଶ୍ୟକ।

ପୁରସ୍କାର:

ଚଳିବା ପାଇଁ ଭତ୍ତା, ଦିବ୍ୟାଙ୍ଗ ଭତ୍ତା ସହ ଅନ୍ୟ ସୁବିଧା ମିଳିବ।

ଆବେଦନ ଶେଷ:

୩୧ ଅକ୍ଟୋବର ୨୦୨୨

ଅଧିକ ସୂଚନା ପାଇଁ ଅଫିସିଆଲ ୱେବ୍‌ସାଇଟ୍‌ https://scholarships.gov.in/ କୁ ଯାଇ ଚେକ୍‌ କରନ୍ତୁ।

Spread the love