ହୋଟେଲ ଛାତରୁ ଖସି ପଡି ଚାଲିଗଲା ଜୀବନ

ପୁରୀ   :  ପୁରୀ ବଳିଆପଣ୍ଡାସ୍ଥିତ କ୍ରିଷ୍ଣା ସି ସାଇଟ ହୋଟେଲରେ ଅଘଟଣ ଘଟିଛି। ଗତକାଲି ରାତିରେ ହୋଟେଲର ଝରକା ଖୋଲିବାକୁ ଚେଷ୍ଟା କରି ଖସି ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଅସ୍ତରଙ୍ଗ ଥାନା ଅଧୀନ ଗଙ୍ଗପୁର ଅଞ୍ଚଳର ଲିଙ୍ଗରାଜ ସାହୁ । ଖବରପାଇ ଘଟଣାସ୍ଥଳରେ ବଳିଆପଣ୍ଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  ତେବେ ଲିଙ୍ଗରାଜ ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀର ରିଭ୍ୟୁ ମିଟିଙ୍ଗ୍‌ରେ ଯୋଗ ଦେବାକୁ ପୁରୀ ଆସିଥିଲେ ଏବଂ ପୁରୀ ବଳିଆପଣ୍ଡାସ୍ଥିତ କ୍ରିଷ୍ଣା ସି ସାଇଟ ହୋଟେଲରେ ରାତ୍ରୀ ଯାପନ ବେଳେ ଏସବୁୁ ଘଟିଛି।

Spread the love