ବାପା ମରିବା ପରେ କେହି ପାଖକୁ ଆସିଲେନି, ଶେଷରେ ଗାଁ ଲୋକ କଲେ ଶବଦାହ

ସନ୍ତାନ ସନ୍ତତି ପାଇଁ ବାପା ମା ଅନେକ ଦେବାଦେବୀଙ୍କୁ ପୂଜା କରନ୍ତି। ଓଦା କନା ପେଟରେ ପକାଇ ସେମାନଙ୍କୁ ପିନ୍ଧିବାକୁ ଖାଇବାକୁ ଦେଇଥାନ୍ତି। ଆଶା ଥାଏ  ବୁଢ଼ା ବୁଢ଼ୀ ସମୟରେ ସେବା କରିବେ। ମୃତ୍ୟୁ ବେଳେ ପାଟିରେ ର୍ନିମାଲ୍ଯ ଦେବେ ଆଉ ଜୀବ ଗଲା ପରେ ମୁହଁରେ ନିଆଁ ଦେବେ । କିନ୍ତୁ ସେହି ପିଲା ବଡ଼ ହେଲା ପରେ ଏତେ ବ୍ୟସ୍ତ ରହିଲେ ଯେ ବାପାଙ୍କ ଶବ ଦେଖିବାକୁ କେହି ଆସିଲେ ନାହିଁ। ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ପାଟ୍ଟାମୁଣ୍ଡାଇ ଅଞ୍ଚଳରେ ।

ରାଜନଗରର ଭୀମସେନ ବାହାଦୂରଙ୍କର ଗୋଟିଏ ପୁଅ ଦୁଇ ଝିଅ।  ଝିଅ ଦୁଇଜଣ ବିବାହିତ।  ପୁଅ ଭୁବନେଶ୍ୱରରେ ଘରୋଇ କମ୍ପାନୀରେ ଚାକିରୀ କରେ। ୧୫ ବର୍ଷରୁ ଉର୍ଦ୍ଧ୍ବ  ସମୟ ହେଲାଣି ବାପା ମା ଏକା ରହୁଛନ୍ତି। ପୁଅ ଘର ଡିହ ବିକି ଦେବାରୁ ୬ ମାସ ହେବ ପଟାମୁଣ୍ଡାଇରେ ଘର ଭଡା ନେଇ ବୁଢାବୁଢ଼ୀ ରହୁଥିଲେ।

୨୬ ତାରିଖ ଦିନ ଭୀମ ସେନଙ୍କ ଦେହ ଖରାପ ହେବାରୁ ତାଙ୍କ ପତ୍ନୀ ପଟାମୁଣ୍ଡାଇ ମେଡିକାଲକୁ ଆଣିଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ପୁଅ ଓ ଝିଅଙ୍କୁ ଖବର ଦେବାରୁ କେହି ଆସି ନଥିଲେ। ୧୫ ଘଣ୍ଟା ବିଳମ୍ବରେ ସାନ ଝିଅ ଆସିଥିଲା।  ପରେ ସ୍ଥାନୀୟ ଲୋକ ପଟାମୁଣ୍ଡାଇର ଏକ ମଶାଣିରେ ଶବ ଦାହ କରିଛନ୍ତି।

Spread the love