ଝାଡ଼ଖଣ୍ଡରେ ରାଜନୈତିକ ଝଡ଼ ବେଳେ ବିଧାୟକମାନଙ୍କ ସହ ନୌବିହାର କଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ରାଜନୈତିକ ଝଡ଼ ବାତାବରଣରେ ଶନିବାର ଦିନ ରାଜ୍ୟର ଖୁଣ୍ଟି ଜିଲ୍ଲାରେ ଥିବା ଲତରାତୁ ଜଳଭଣ୍ଡାରରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଆମୋଦପୂର୍ଣ୍ଣ ନୌବିହାର କରୁଥିବା ଖବର ମିଳିଛି। ନୌବିହାରରେ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ସହିତ ଯୋଗ ଦେଇଥିଲେ ତାଙ୍କ ଦଳ ‘ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା’ (ଜେଏମ୍‌ଏମ୍‌) ଏବଂ ମେଣ୍ଟ ସହଯୋଗୀ କଂଗ୍ରେସର କେତେ ଜଣ ବିଧାୟକ ଓ ବିଧାୟିକା। ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧିଥିବା ମୁଖ୍ୟମନ୍ତ୍ରୀ ସୋରେନ୍‌ ଏବଂ ଅନ୍ୟ ବିଧାୟକମାନେ ହସି ହସି ନୌବିହାରକାଳୀନ ଫଟୋ ପାଇଁ ପୋଜ୍‌ ଦେଇଛନ୍ତି। ଆଶ୍ବସ୍ତ ଏବଂ ହର୍ଷୋତ୍‌ଫୁଲ୍ଲ ଦିଶୁଥିବା ସୋରେନ୍‌ କ୍ୟାମେରା ଆଡ଼କୁ ‘ଥମ୍ସ୍‌-ଅପ୍‌’ ସଙ୍କେତ ଦେଉଥିବା ଦୃଶ୍ୟ ଉକ୍ତ ଫଟୋରେ ରହିଛି।

 

 

Spread the love