ଅରୁଣ ସ୍ତମ୍ଭରେ ଫାଟ, ଭବିଷ୍ୟତରେ ସୃଷ୍ଟି କରିପାରେ ବିପଦ

ପୁରୀ,୨୮/୦୮: ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭରେ ଫାଟ। ଗୋଟିଏ କଳା ମୁଗୁନି ପଥରରେ ନିର୍ମିତ ଏହି ସ୍ତମ୍ଭରେ ଦେଖାଦେଇଛି ଫାଟ। କିଭଳି ଭାବେ ଏହି ସ୍ତମ୍ଭରେ ଫାଟ ସୃଷ୍ଟି ହୋଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଭବିଷ୍ୟତରେ ଏହି ଫାଟ ଅରୁଣ ସ୍ତମ୍ଭ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।

ଅରୁଣ ସ୍ତମ୍ଭଟି ଗୋଟିଏ କଳା ମୁଗୁନି ପଥରରେ ନିର୍ମିତ ହୋଇଥିବା ବେଳେ ଏଥିରେ ଉତ୍କଳୀୟ ପ୍ରସ୍ତର କାରୁକାର୍ଯ୍ୟ ଭକ୍ତଙ୍କ ମନରେ ଧର୍ମ ଭାବନାକୁ ଜାଗ୍ରତ କରୁଛି। ଏହି ସ୍ତମ୍ଭଟି ଭୂମି ଠାରୁ ପ୍ରାୟ ୧୭ ଫୁଟ ଉଚ୍ଚରେ ପୂର୍ବ ମୁହାଁ ହୋଇ ଠିଆ ହୋଇଛି। ଶ୍ରୀମନ୍ଦିରକୁ ମ‌ହାପ୍ରଭୁଙ୍କ ଦର୍ଶନରେ ଆସୁଥିବା ଭକ୍ତମାନେ ପ୍ରଥମେ ଅରୁଣ ସ୍ତମ୍ଭକୁ ଦର୍ଶନ କରିବା ପରେ ସିଂହଦ୍ଵାର ଦେଇ ଭିତରକୁ ପ୍ରବେଶ କରିଥାନ୍ତି।

ତେବେ ଏହି ସ୍ତମ୍ଭର ଫାଟ ମଝିରେ ତିନଟି ସ୍ଥାନରେ ଗାତ ସୃଷ୍ଟି ହୋଇଥିବାରୁ ଭକ୍ତଙ୍କ ମହଲରେ ତନାଘନା ଚାଲିଛି। ତେବେ ଫାଟ ଓ ଗାତ ଥିବା ସ୍ଥାନକୁ ଏଏସଆଇ ପକ୍ଷରୁ ମରାମତି କରିବା ପାଇଁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି।

Spread the love