ବେସରକାରୀ ପବ୍ଲିକ୍ ସ୍କୁଲରେ ଛାତ୍ରଙ୍କୁ ରାଗିଂ ଘଟଣା, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ତଦନ୍ତ

ଉମରକୋଟ ୨୮।୦୮:  ଉମରକୋଟ ସ୍ଥିତ ଗୁରୁକୃପା ବେସରକାରୀ ପବ୍ଲିକ୍ ସ୍କୁଲରେ ଛାତ୍ର ରାଗିଂ ଘଟଣାରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ଘଟଣାର ମିଳିତ ଭାବେ ତଦନ୍ତ କରିଛନ୍ତି। ଉଭୟେ ଆଜି ସ୍କୁଲ ଓ ଛାତ୍ରାବାସରେ ପହଞ୍ଚି ଛାତ୍ର ମାନଙ୍କୁ ପଚରାଉଚରା କରିଛନ୍ତି। ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରାବାସ ୱାର୍ଡେନଙ୍କୁ ମଧ୍ୟ ପଚାରି ବୁଝିଥିଲେ।

ତେବେ ତଦନ୍ତ ପରେ ଉଭୟ ଅଧିକାରୀ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭାବେ ବିଦ୍ୟାଳୟ ପରିଚାଳନା କମିଟି ଏବଂ ଛାତ୍ରାବାସ ୱାର୍ଡେନଙ୍କ ଭୁଲ। ଏଥିସହ ଯେଉଁ ଅଭିଭାବକ ମାନେ ନିଜ ପିଲାଙ୍କୁ ଛାତ୍ରାବାସରେ ଛାଡୁଛନ୍ତି ସେମାନେ ଛାଡ଼ିବା ପୂର୍ବରୁ ସ୍କୁଲ ପରିଚାଳନା ବିଷୟରେ ଭଲ ଭାବେ ତଦନ୍ତ କରି ଛାତ୍ରାବାସରେ ଛାଡ଼ିବା ଆବଶ୍ୟକ ବୋଲି କହିଛନ୍ତି। ତେବେ ଅଭିଯୁକ୍ତ ଛାତ୍ରମାନେ ନିଜ ଦୋଷ ସ୍ୱୀକାର କରିନଥିବା ବେଳେ ତଦନ୍ତରେ ଯାହା ମିଳିଛି ତାର ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ବୋଲି କହିଛନ୍ତି। ତେବେ ଅଭିଯୋଗକାରୀ ଛାତ୍ର ଟିସି ନେଇ ସ୍କୁଲ ଛାଡିଛନ୍ତି।

Spread the love