ତବ ମିନାର ଠାରୁ ବି ବଡ଼ ଟ୍ୱିନ ଟାୱାରକୁ ଭାଙ୍ଗିବା ପାଇଁ ବ୍ୟବହାର ହୋଇଥିବା ବିସ୍ଫୋରକ ୩ ଅଗ୍ନି ମିସାଇଲ, ୧୨ ବ୍ରହ୍ମୋସ ଓ ୪ ପୃଥିବୀ ମିସାଇଲ୍ ସହ ସମାନ

ନୂଆଦିଲ୍ଲୀ: ଅନେକ ସତର୍କତା ଓ ଯୋଜନା ପରେ ଶେଷରେ ମାଟିରେ ମିଶିଲା ନୋଏଡ଼ା ଟ୍ୱିନ୍‌ ଟାୱାର। ଏହି ଦୁଇ ଉଚ୍ଚ ଅଟ୍ଟାଳିକାକୁ ମାଟିରେ ମିଶାଇ ପାଇଁ ଯେତିକ ବିସ୍ଫୋରକ ଲାଗିଥିଲା ତାହା ୩ ଅଗ୍ନି ମିଶାଇଲ୍‌ ଓ ୧୨ ବ୍ରହ୍ମୋସ ମିସାଇଲ୍‌ ଓ ୪ ପୃଥିବୀ ମିସାଇଲ୍ ସହ ସମାନ ହେବ।  ଜାଣି ଆଶ୍ଚର୍ଯ୍ୟ ହେଲେନା ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ବିସ୍ଫୋରଣରେ ୩୫୦୦ କେଜିର ବିସ୍ଫୋରକ ବ୍ୟବହାର କରାଯାଇଥିଲା।

 

ନୋଏଡ଼ାର ସେକ୍ଟର ୯୩ଏ ରେ ଥିବା ଏହି ଟ୍ୱିନ ଟାୱାର ଦିଲ୍ଲୀର କୁତବ ମୀନାର ଠାରୁ ବି ବଡ଼। ବିସ୍ଫୋରଣ ହେବା ମାତ୍ରେ ଉକ୍ତ ଅଞ୍ଚଳରେ ପୂରା ଧୂଆଁର ବଳୟ ସୃଷ୍ଟି ହୋଇଥିଲା। ଭାରତର ଇତିହାସରେ ଏହା ସବୁଠାରୁ ବଡ଼ ବିଲ୍‌ଡିଂ ଯାହାକୁ ଏମିତି ଭାଙ୍ଗି ଦିଆଯାଇଛି।

Spread the love