ମାଟିରେ ମିଶିଲା ଟୁଇନ୍ ଟାଓ୍ୱାର, ଆଖିପିଛୁଳାକେ ଧୂଳିସାତ୍‌ ହେଲା ବିଶାଳ କୋଠା

ନୂଆଦିଲ୍ଲୀ ୨୮|୦୮ : ମାଟିରେ ମିଶିଲା ନୋଏଡା ସ୍ଥିତ ଟୁଇନ୍ ଟାୱାର । ମାତ୍ର ୧୨ ସେକେଣ୍ଡରେ ୧୦୩ ମିଟର ଉଚ୍ଚ ବିଶାଳ କୋଠା ଭଙ୍ଗିଲା । ବେଆଇନ ଭାବେ ନିର୍ମିତ ଏହି କୋଠାକୁ ଭାଙ୍ଗିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଏପରି ଆକ୍ସନ । ଏହି ଟାଓ୍ୱାରକୁ ଭାଙ୍ଗିବା ପାଇଁ ୩ ହଜାର ୭ ଶହ କିଲୋଗ୍ରାମ ଓଜନର ବିସ୍ଫୋରକ ବ୍ୟବହାର ହୋଇଛି ।

 

ସୂଚନାଯୋଗ୍ୟ ଯେ, ନୋଏଡାରେ ଥିବା ଟ୍ବିନ୍‌ ଟାଓ୍ବାର ନିକଟରେ ବ୍ୟାପକ ମାତ୍ରାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାସ୍ଥଳରେ କୌଣସି ଜନଗହଳି ଯେପରି ନହୁଏ ସେଥିପାଇଁ ୫୬୦ ଜଣ ପୋଲିସ କର୍ମୀ, ରିଜର୍ଭ ପୋଲିସ ଫୋର୍ସର ୧୦୦ ଯବାନ, ୪ଟି କ୍ବିକ୍‌ ରିସ୍ପୋନ୍ସ ଟିମ୍‌ ଏବଂ ଏନଡିଆରଏଫ ଟିମ୍‌ ମୁତୟନ କରାଯାଇଛି । ୧୩ ବର୍ଷ ହେଲା ସେଠାରେ ଛିଡା ହୋଇଥିବା ଟ୍ବିନ୍‌ ଟାଓ୍ବାର ମାତ୍ର କିଛି ସେକେଣ୍ଡରେ ଧ୍ବଂସ ହୋଇଛି ।

Spread the love