ବୋହୂର ଧାରଣା ବେଳେ ବିଷ ପିଇ ଆତ୍ମହତ୍ୟା କଲା ଶାଶୁ

ବୋହୂର ଧାରଣା ବେଳେ ଶାଶୁଙ୍କ ସନ୍ଦେହଜନକ ମୃତ୍ୟୁ । ଗଞ୍ଜାମ ଥାନା ମଧ୍ୟଖଣ୍ଡ ସାହିର ନାରାୟଣ ପଣ୍ଡାଙ୍କ ଘର ଆଗରେ ଧାରଣା ଦେଇଥିଲେ ବୋହୂ ।

ଶାଶୂଘର ନିର୍ଯାତନା ଦେଉଥିବା ଅଭିଯୋଗ କରି ତନ୍ମୟୀ ପଣ୍ଡା ଶାଶୁଘର ଆଗରେ ଧାରଣା ଦେଇଥିଲେ ।ତେବେ ଆଜି ସକାଳେ ତନ୍ମୟୀଙ୍କ ଶାଶୁ ସୁଷମା ପଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ୍ୟୁ ଖବରପାଇ ଧାରଣାସ୍ଥଳରୁ ଛୁ ମାରିଛି ବୋହୂ । ଲୋକଲଜ୍ଜା ସହିନପାରି ଶାଶୁ ବିଷ ପିଇ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି।

Spread the love