ଜାଣି ରଖନ୍ତୁ କିଛି ବିଶେଷ କଥା

 ଆସନ୍ତୁ ଜାଣିବା କିଛି ବିଶେଷ କଥା ।ଯେଉଁ କଥା କିଛି ଲୋକ ଜାଣିଥାନ୍ତି ଏବଂ କିଛି ଲୋକଙ୍କର ସେ ବିଷୟରେ ଧାରଣା ନଥାଏ।ଯାହା ଫଳରେ ସେମାନେ ଭୁଲ କରି ବସନ୍ତି।

ହୀରା, ମୋତି,ମାଣିକ୍ୟ ଓ ସୁନା ଇତ୍ୟାଦିକୁ ତଳେ ରଖନ୍ତୁ ନାହିଁ। ଏହି ସମସ୍ତ ଦ୍ରବ୍ୟର ସମ୍ବନ୍ଧ କୌଣସି ଗ୍ରହ ସହିତ ରହିଥାଏ। ଗ୍ରହର କୁପ୍ରଭାବରୁ ରକ୍ଷା ପାଇବା ପାଇଁ ଏହାକୁ ଆଙ୍ଗୁଠିରେ ଧାରଣ କରିଥାନ୍ତି। ଏହାକୁ ତଳେ ରଖିବା ଦ୍ୱାରା ଗ୍ରହମାନଙ୍କର କୁପ୍ରଭାବର ଶିକାର ହେବାକୁ ପଡିଥାଏ।

ଶାଳଗ୍ରାମ ପାଦୁକ,ଶାଳଗ୍ରାମ ଶିଳା,ଶିବ ଲିଙ୍ଗ ଏହାକୁ ପୂଜା କରାଯାଇଥାଏ। ତେଣୁ ଏହାକୁ କେବେ ମଧ୍ୟ ସିଧା ସଳଖ ଭୂମି ଉପରେ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଶାଳଗ୍ରାମ ପାଦୁକ,ଶାଳଗ୍ରାମ ଶିଳା,ଶିବ ଲିଙ୍ଗଙ୍କର ଅପମାନ ହୋଇଥାଏ।

ଶଙ୍ଖ,ଦୀପ,ପୂଜା ଯନ୍ତ୍ର,ଫୁଲ,ତୁଳସୀ ଜଟା,କର୍ପୂର,ଫୁଲ ହାର,ଜପମାଳା ଓ ଚନ୍ଦନ ଇତ୍ୟାଦି ଦ୍ୱାରା ଆମେ ପୂଜା କରିଥାଉ। ଏହାକୁ ପୂଜାରେ ବ୍ୟବହାର କରିବା ଶୁଭ ଅଟେ। ତେଣୁ ଏହାକୁ ଭୂମିରେ ରଖନ୍ତୁ ନାହିଁ। କୌଣସି ପାତ୍ରରେ ଏହାକୁ ରଖି ପୂଜାରେ ବ୍ୟବହାର କରିପାରିବେ।

ସିପ ସମୁନ୍ଦ୍ରରୁ ମିଳିଥାଏ। ତେଣୁ ସିପ ସହ ମା ଲକ୍ଷ୍ମୀଙ୍କର ସମ୍ବନ୍ଧ ରହିଛି। ସେଥିପାଇଁ ଏହାକୁ ସିଧା ସଳଖ ଭୂମି ଉପରେ ରଖିବା ଅନୁଚିତ।

ଯଜ୍ଞ ସାମଗ୍ରୀର ବ୍ରାହ୍ମଣଙ୍କ ସହ ସମ୍ବନ୍ଧ ରହିଛି। ତେଣୁ ଯଜ୍ଞ ସାମଗ୍ରୀକୁ ତଳେ ରଖିବା ଦ୍ୱାରା ଅପମାନ ହୋଇଥାଏ। ତେଣୁ ଏହାକୁ ତଳେ ରଖନ୍ତୁ ନାହିଁ।

ପୁସ୍ତକରୁ ଜ୍ଞାନ ମିଳିଥାଏ। ଏହାକୁ ଆମେ ପୂଜା ମଧ୍ୟ କରିଥାଉ। ତେଣୁ ପୂଜା ଉପଯୋଗ୍ୟ ଦ୍ରବ୍ୟକୁ ଭୂମି ଉପରେ ରଖନ୍ତୁ ନାହିଁ।

ହିନ୍ଦୁୁ ଧର୍ମ ଅନୁସାରେ ଏହାକୁ ଭୂମିରେ ରଖିବା ଅଶୁଭ ଅଟେ।

ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିବା –

ହିନ୍ଦୁ ଶାସ୍ତ୍ର ଅନୁଯାୟୀ ନିୟମିତ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ପରିବାରରେ ସୁଖଶାନ୍ତିର ବାତାବରଣ ରହିବା ସହ ସମାଜରେ ମାନସମ୍ମାନ ପ୍ରାପ୍ତି ହୋଇଥାଏ।

ଏହାସହ ଏହାର ବୈଜ୍ଞାନିକ କାରଣ ହେଉଛି, ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଜଳ ମଧ୍ୟ ଦେଇ ସୂର୍ଯ୍ୟଙ୍କୁ ରଶ୍ମୀ ଯେଉଁ ସମୟରେ ଆମ ଚକ୍ଷୁ ଉପରେ ପଡ଼େ ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।

ଚରଣ ସ୍ପର୍ଶ କରି ପ୍ରଣାମ କରିବା –

ଗୁରୁଜନଙ୍କ ଚରଣ ସ୍ପର୍ଶ କରି ପ୍ରଣାମ କରିବା ଦ୍ୱାରା ଭଗବାନ, ଗୁରୁଜନଙ୍କ ଆଶୀର୍ବାଦ ମିଳିବା ସହ ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।

ଦୁଇ ହସ୍ତ ଯୋଡ଼ି ପ୍ରଣାମ କରନ୍ତୁ –

ଭାରତୀୟ ପରମ୍ପରା ଅନୁଯାୟୀ ଭଗବାନ ଓ ଗୁରୁଜନଙ୍କୁ ପ୍ରଣାମ କରିବା ସମୟରେ ଦୁଇ ହସ୍ତର ପାପୁଲିକୁ ଯୋଡ଼ି ନମସ୍କାର କରିବା ଉଚିତ। ଏହାର ବୈଜ୍ଞାନିକ କାରଣ ହେଉଛି, ଯେଉଁ ସମୟରେ ଆମେ ହସ୍ତ ଯୋଡ଼ି ନମସ୍କାର କରୁ ସମସ୍ତ ଆଙ୍ଗୁଠି ପରସ୍ପରକୁ ସ୍ପର୍ଶ କରିଥାଆନ୍ତି। ଏହାର ଉତ୍ତମ ପ୍ରଭାବ ଚକ୍ଷୁ , କାନ ଓ ମସ୍ତିଷ୍କ ଉପରେ ପଡ଼ିଥାଏ।

ମଥାରେ ତିଳକ ଲଗାଇବା ପରମ୍ପରା –

ଭାରତୀୟ ପରମ୍ପରାରେ ମହିଳା ହୁଅନ୍ତୁ ଅଥବା ପୁରୁଷ ମଥାରେ ତିଳକ ନିଶ୍ଚୟ ଲଗାଇଥାଆନ୍ତି। ଧାର୍ମିକ ମାନ୍ୟତା ଅନୁଯାୟୀ, ମଥାରେ ତିଳକ ଲଗାଇଲେ ଭଗବାନଙ୍କ ବିଶେଷ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ଏହାସହ ବୈଜ୍ଞାନିକ ମାନ୍ୟତା ଅନୁଯାୟୀ, ଦୁଇଟି ଚକ୍ଷୁର ମଧ୍ୟ ଭାଗରେ ଆଜ୍ଞା ଚକ୍ର ଥାଏ। ତେଣୁ ଏହି ଆଜ୍ଞା ଚକ୍ରରେ ତିଳକ ଲଗାଇଲେ ଏକାଗ୍ରତା ବୃଦ୍ଧି ପାଇଥାଏ।

ଭୂମି ଉପରେ ବସି ଭୋଜନ କରନ୍ତୁ –

ଭାରତୀୟ ପରମ୍ପରା ଅନୁଯାୟୀ, ବର୍ତ୍ତମାନ ସମୟରେ ମଧ୍ୟ ବହୁ ଲୋକେ ଭୂମି ଉପରେ ଆସନ ପକାଇ ଏଥିରେ ବସି ଭୋଜନ କରିଥାଆନ୍ତି। ଏପରି କରିବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ମନ ମଧ୍ୟ ଶାନ୍ତ ରହିଥାଏ।

ଏକ ଗୋତ୍ରରେ ବିବାହ କରିବା ଅନୁଚିତ –

ଭାରତୀୟ ପରମ୍ପରା ଅନୁଯାୟୀ ଏକ ଗୋତ୍ରରେ ବିବାହ କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ସମ୍ପର୍କରେ ସମସ୍ୟା ସୃଷ୍ଟି ହେବା ସହ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ରହିଥାଏ।

ବ୍ରତ ରଖିବାର ପରମ୍ପରା –

ବ୍ରତ ରଖିବାର ଧାର୍ମିକ ମାନ୍ୟତା ସହ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ବ୍ରତ ରଖିବା ଦ୍ୱାରା ଭଗବାନଙ୍କ କୃପା ମିଳିଥାଏ। ଏହାସହ କର୍କଟ, ହୃଦୟ ଜନିତ ସମସ୍ୟା, ମଧୁମେହ ଭଳି ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ।

ସିନ୍ଦୂର ପିନ୍ଧିବା –

ବିବାହ ପରେ ମଥାରେ ସିନ୍ଦୂର ଲଗାଇବାର ପରମ୍ପରା ରହିଛି। ସିନ୍ଦୂର ଲଗାଇବାର ଧାର୍ମିକ ମାନ୍ୟତା ଅନୁଯାୟୀ ମହିଳାମାନେ ସିନ୍ଦୂର ଲଗାଇବା ଦ୍ୱାରା ସ୍ୱାମୀ ଦୀର୍ଘାୟୁ ହୋଇଥାଆନ୍ତି। ବୈଜ୍ଞାନିକ ମାନ୍ୟତା ଅନୁଯାୟୀ, ସିନ୍ଦୂର ପିନ୍ଧିବା ଦ୍ୱାରା ରକ୍ତ ଚାପ ନିୟନ୍ତ୍ରିତ ହୋଇ ରହିବା ସହ ମାନସିକ ଦୁଶ୍ଚିନ୍ତା କମ କରିଥାଏ।

ତୁଳସୀ ବୃକ୍ଷର ମହତ୍ତ୍ୱ –

ଗୃହରେ ତୁଳସୀ ବୃକ୍ଷଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ଏହାସହ ଏହି ବୃକ୍ଷର ବହୁ ଔଷଧୀୟ ଗୁଣ ରହିଛି। ଏହି ପତ୍ରର ସେବନ ଦ୍ୱାରା ଆମ ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହ ଥଣ୍ଡା, କାଶ ଭଳି ବହୁ ରୋଗରୁ ମୁକ୍ତି ମିଳିଥାଏ।

Spread the love