ଖଣ୍ଡଗିରି ଛକରୁ ଏକ ବ୍ୟାଗ ଭିତରୁ ବାହାରିଲା ୮ ମାସର ଶିଶୁକନ୍ୟାର ମୃତଦେହ

ଭୁବନେଶ୍ୱର ୨୯।୦୮: ବ୍ୟାଗ୍‌ରୁ ଶିଶୁକନ୍ୟା ମୃତଦେହ ଠାବ । ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରେ ଶିଶୁକନ୍ୟାର ମୃତଦେହକୁ ଠାବ କରାଯାଇଛି । ବାପାକୁ ଅଟକ ରଖିଲେ ଗ୍ରାମବାସୀ । ଖବର ଅନୁଯାୟୀ, ଆଇଗିଣିଆର ଏକ ବସ୍ତିରେ ରୁହନ୍ତ ସନ୍ତୋଷ ସାହୁ ଓ ତାଙ୍କ ପରିବାର । ସୋମବାର ସନ୍ତୋଷଙ୍କ ଶିଶୁକନ୍ୟା କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ସେଠାରେ ଶିଶୁକନ୍ୟାଟିର ମୃତ୍ୟୁ ହୋଇଯାଇଥିଲା । ତେବେ କ୍ୟାପିଟାଲ ହସ୍ପିଟାଲରୁ ଏକ ବ୍ୟାଗ୍‌ ଯୋଗେ ଘରକୁ ଆଣୁଥିଲେ । ସେଠାରୁ ଅନ୍ତିମ ସଂସ୍କାର ପାଇଁ ନେଇଥାନ୍ତେ । କିନ୍ତୁ ରାସ୍ତାରେ କିଛି ଲୋକେ କିଛି ସନ୍ଦେହ କରି ସନ୍ତୋଷଙ୍କୁ ଅଟକାଇଥିଲେ ।

ସେ ଧରିଥିବା ବ୍ୟାଗ୍‌କୁ ମଧ୍ୟ ଜବତ କରିଥିଲେ । ବ୍ୟାଗ୍‌ ଖୋଲିଲା ବେଳକୁ , ସେଥିରେ ଶିଶୁକନ୍ୟାର ମୃତଦେହ ଥିବା ଦେଖିଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟଲୋକେ । ଏପିରିକି ଗାଁଲୋକେ ସନ୍ତୋଷଙ୍କୁ ବାଡେଇଥିବା ମଧ୍ୟ ସନ୍ଦେହ କରାଯାଉଛି ।

Spread the love