ଜଳପ୍ରପାତରେ ବୁଡି ୬ ପର୍ଯ୍ୟଟକ ମୃତ

ରାୟପୁର ୩୦।୦୮: ଜଳପ୍ରପାତରେ ବୁଡ଼ି ୬ଜଣଙ୍କ ମୃତ୍ୟୁ , ଜଣେ ଉଦ୍ଧାର । ଛତିଶଗଡ଼ର ରାମଦାହ ଜଳପ୍ରପାତରେ ଏହି ଅଭାବନୀୟ ଘଟଣା ଘଟିଛି।

ଖବର ଅନୁଯାୟୀ, ଏହି ଜଳପ୍ରପାତରେ ଗାଧୋଉଥିବା ବେଳେ ୬ ଜଣ ପର୍ଯ୍ୟଟକ ବୁଡ଼ି ପ୍ରାଣ ହରାଇଛନ୍ତି। ଜଣଙ୍କୁ ଉଦ୍ଧାର କରାଯାଇଛି। ମଧ୍ୟପ୍ରଦେଶର ସିଙ୍ଗରୌଲିଲୁ ଏହି ପର୍ଯ୍ୟଟକ ମାନେ ରାମଦାହା ଜଳପପ୍ରପାତ ବୁଲିବାକୁ ଆସିଥିଲେ। ଏନେଇ ଛତିଶଗଡ଼ କୋରିଆ ଜିଲ୍ଲାର ଜିଲ୍ଲାପାଳ ସୂଚନା ଦେଇଛନ୍ତି। ୧୫ ଜଣ ପର୍ଯ୍ୟଟକ ସେଠାକୁ ପିକନିକ୍ ମନାଇବା ପାଇଁ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଗାଧୋଉଥିବା ବେଳେ ୭ ଜଣ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବକରାଜ ସିଂହ ଚୌହାନ ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଆହତଙ୍କୁ ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

Spread the love