ଦେହ ପାଇଁ ଉପକାରୀ ଟମାଟୋ
ଟମାଟୋରେ କ୍ୟାଲସିୟମ ଓ ଫସ୍ଫରସ ରହିଥାଏ। ଏହା ହାଡ଼କୁ ମଜଭୁତ କରିଥାଏ।
ଟମାଟୋରେ ଭିଟାମିନ ଏ ପ୍ରଚୁର ମାତ୍ରାରେ ରହିଥାଏ। ଏହା ଦୃଷ୍ଟିଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।
ଟମାଟୋ ପାଚନତନ୍ତ୍ରକୁ ସକ୍ରିୟ ନ କରାଇଲେ ମଧ୍ୟ ଗ୍ୟାସ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ।
ଏହା ଶ୍ୱାସନଳି ସଫା କରିବାରେ ସାହାଯ୍ୟ କରିବା ଯୋଗୁ ଶ୍ୱାସ ସମସ୍ୟା ସୃଷ୍ଟି ହୋଇ ନ ଥାଏ।
ମଧୁମେହ ଓ ହୃଦ୍ରୋଗୀଙ୍କ ପାଇଁ ଏହା ବରଦାନ ସଦୃଶ । ଯଦି ଏହାକୁ ସେମାନେ ନିୟମିତ ଖାନ୍ତି ଲାଭବାନ ହେବେ।
ଏଥିରେ ଭିଟାମିନ ପରିମାଣ ଅଧିକ ଥିବାରୁ ଏହାକୁ ଖାଇବା ଫଳରେ ଚର୍ମ କୁଞ୍ଚନ ଦେଖାଯାଇ ନ ଥାଏ।
ଟମାଟୋକୁ ମଧ୍ୟ ତ୍ୱଚାରେ ଫେସମାସ ଭାବରେ ବ୍ୟବହାର କରାଯାଇଥାଏ ।ଯାହା ଫଳରେ ତ୍ୱଚା ଉଜ୍ଜଳ ଦେଖାଯାଏ।