ହ୍ବାଟ୍‌ସଆପ୍‌ରେ ଜିଓମାର୍ଟ ସେବାର ଶୁଭାରମ୍ଭ

ମୁମ୍ବାଇ  :   ବିଶ୍ୱର ପ୍ରମୁଖ ସୋସିଆଲ ମିଡିଆ ସଂସ୍ଥା ମେଟା ଏବଂ ଦେଶର ପ୍ରମୁଖ ବାଣିଜିକ ଅନୁଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରିର ସହଯୋଗୀ ସଂସ୍ଥା ଜିଓ ପ୍ଲାଟଫର୍ମ ମଧ୍ୟରେ ଏକ ଅଭିନବ ସହଯୋଗିତା ସ୍ଥାପନ ହୋଇଛି। ଏପରିକି ମେଟା ଓ ଜିଓ ପ୍ଲାଟଫର୍ମସ ପକ୍ଷରୁ ହ୍ବାଟ୍‌ସଆପ୍‌ ଜରିଆରେ ପ୍ରଥମ ଧରଣର ଏଣ୍ଡ୍‌-ଟୁ-ଏଣ୍ଡ୍‌ ସପିଙ୍ଗ୍‌ ଅନୁଭୂତିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି, ଯେଉଁଥିରେ ଗ୍ରାହକମାନେ ସେମାନଙ୍କ ହ୍ବାଟ୍‌ସଆପ୍‌ ଚାଟ୍‌ରେ ରହି ଜିଓମାର୍ଟରୁ ଆବଶ୍ୟକ ସପିଙ୍ଗ କରିପାରିବେ। ଅପରପକ୍ଷରେ ପ୍ରଥମ କରି ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍‌ସଆପ୍‌ରେ ଜିଓମାର୍ଟ ସେବା ଉପଲବ୍ଧ ହେବ। ଏହା ଜରିଆରେ ପୂର୍ବରୁ କେବେ ଅନଲାଇନ୍‌ରେ ସପିଙ୍ଗ୍‌ କରି ନ ଥିବା ଗ୍ରାହକଙ୍କ ସମେତ ସମସ୍ତ ଭାରତୀୟ ଜିଓମାର୍ଟର ସମଗ୍ର ଗ୍ରୋସରି କାଟ୍‌ଲଗ୍‌କୁ ବ୍ରାଉଜ୍‌ କରିପାରିବେ। ଉକ୍ତ ଚାର୍ଟରେ ସାମଗ୍ରୀ ମଧ୍ୟ ଯୋଡ଼ି ପାରିବେ ଏବଂ କିଣାକିଣି ପ୍ରକ୍ରିୟାକୁ ଶେଷ କରିବା ଲାଗି ପେମେଣ୍ଟ୍‌ (ଦେୟ ପ୍ରଦାନ) ମଧ୍ୟ କରିପାରିବେ। ଏସବୁ କାମ ପାଇଁ ସେମାନଙ୍କୁ ହ୍ବାଟ୍‌ସଆପ୍‌ ଚାଟ୍‌ ଛାଡ଼ିଯିବାକୁ ପଡ଼ିବନି ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି।

Spread the love