ଗଣେଶ ଚତୁର୍ଥୀ, ପୂଜା ବିଧି, ଶୁଭ ମୁହୂର୍ତ୍ତ ଓ ବର୍ଜିତ ଚନ୍ଦ୍ର ଦର୍ଶନ ସମୟ ନୋଟ୍‌ କରନ୍ତୁ

ଚଳିତବର୍ଷ ଅଗଷ୍ଟ ୩୧ ତାରିଖ ବୁଧବାର ଗଣେଶ ପୂଜା ଅନୁଷ୍ଠିତ ହେବ। ବୁଧବାର ଦିନଟି ଗଣେଶଙ୍କ ଲାଗି ସମର୍ପିତ।   ଚଳିତବର୍ଷ ବାରରେ ଗଣେଶ ପୂଜା ପଡିଥିବାରୁ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖା ଯାଇଛି। କାରଣ ୧୦ ଦିବସୀୟ ଗଣେଶୋତ୍ସବ ବୁଧବାର ଠାରୁ ଆରମ୍ଭ ହେବ। ତେବେ ଗଣପତି ସ୍ଥାପନାର ଶୁଭ ମୂହୁର୍ତ୍ତ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ୩୦ ଅଗଷ୍ଟ ମଧ୍ୟାହ୍ନରୁ ଆରମ୍ଭ ହୋଇଯାଇଛି। ଏହି ଶୁଭ ମୂହୁର୍ତ୍ତ ୩୧ ଅଗଷ୍ଟ ଅପରାହ୍ନ ୩ଟା ୨୩ ପର୍ଯ୍ୟନ୍ତ ରହିବ। ଏଣୁ ଗଣେଶ ପୂଜାରେ ଗଣପତି ମୂର୍ତ୍ତି ସ୍ଥାପନା ୩୧ ଅଗଷ୍ଚ ଅପରାହ୍ନ ସାଢେ ୩ଟା ବେଳ ପର୍ଯ୍ୟନ୍ତ ବୋଲି କୁହାଯାଇଛି।

କୁହାଯାଏ ଗଣେଶଙ୍କ ଜନ୍ମ ମଧ୍ୟାହ୍ନ ସମୟରେ ହୋଇଥିଲା। ଏଣୁ ଗେଣେଶ ପୂଜା ଲାଗି ମଧ୍ୟାହ୍ନ ସମୟକୁ ଉପଯୁକ୍ତ ବିଚାର କରାଯାଏ।  ଏଣୁ ମଧ୍ୟାହ୍ନ ଗଣେଷ ପୂଜା ମୂହୁର୍ତ୍ତ ପୂର୍ବାହ୍ନ ୧୧ଟା ୫ ମିନିଟ୍‌ ରୁ ଆରମ୍ଭ ହୋଇ ୧ଘଣ୍ଟା୩୮ ମିନିଟ୍‌ ପର୍ଯ୍ୟନ୍ତ ଅର୍ଥାତ ୨ ଘଣ୍ଟା ୩୩ ମିନିଟ୍‌ ପର୍ଯ୍ୟନ୍ତ ଗଣପତି ପୂଜା ଲାଗି ମୂହୁର୍ତ୍ତ ନିର୍ଦ୍ଧାରିତ ହୋଇଛି। ସେହିପରି ଗଣେଶ ବିସର୍ଜନ ୯ ସେପ୍ଟେମ୍ବର ୨୦୨୨ରୁ ଆରମ୍ଭ ହେବ।

ଚନ୍ଦ୍ର ଦର୍ଶନ ବର୍ଜିତ ସମୟ

ଏଥର ଚତୁର୍ଥୀ ଦୁଇ ଦିନ  ୩୦ ଅଗଷ୍ଟ ମଧ୍ୟାହ୍ନରୁ ୩୧ ଅଗଷ୍ଟ ଅପରାହ୍ନ ୩ଟା ୩୮ ମିନିଟ୍‌ ପର୍ଯ୍ୟନ୍ତ ରହୁଛି। ଏଣୁ ପୂର୍ବଦିନ ଅର୍ଥାତ ୩୦ ଅଗଷ୍ଟ ଅପରାହ୍ନ ୩ଟାରୁ ରାତ୍ର ୮ଟା ୪୦ ମିନିଟ ପର୍ଯ୍ୟନ୍ତ ଚନ୍ଦ୍ର ଦର୍ଶନ ବର୍ଜନୀୟ । ସେହିପରି ୩୧ ଅଗଷ୍ଟ ବୁଧବାର ଦିନ ପୂର୍ବାହ୍ନ ୯ଟା ୨୬ ମିନିଟ୍‌ରୁ ରାତ୍ର ୯ଘଣ୍ଟା  ୧୧ ମିନିଟ୍‌ ପର୍ଯ୍ୟନ୍ତ ଚନ୍ଦ୍ର ଦର୍ଶନ ବର୍ଜନୀୟ ହେବ।

କିପରି କରିବେ ଗଣେଶ ପୂଜା
ଗଣେଶ ପୂଜା ଲାଗି ପ୍ରଥମେ ପ୍ରତ୍ୟୁଷରେ ସ୍ନାନ କରି ନିଅନ୍ତୁ। ପରେ ଓଦା ମାଟିରେ ଗଣେଶଙ୍କ ମୂର୍ତ୍ତିଟିଏ ତିଆରି କରି କିଛି ସମୟ ସୁଖାଇ ଦିଅନ୍ତୁ। ଦେଶୀଘିଅ, ସିନ୍ଦୁର, ହଳଦି ଓ ଚନ୍ଦନରେ ଗଣେଶଙ୍କୁ ଶୃଙ୍ଗାର କରାଇ ଦିଅନ୍ତୁ। ଏହା ପରେ ପଇତା ପିନ୍ଧାଇ ଘରର ଉତ୍ତର-ପୂର୍ବ କୋଣରେ ସ୍ଥାପିତ କରିଦିଅନ୍ତୁ। ଧୂପ, ଦୀପ ଜଳାଇ ଫୁଲ ଓ ଫଳ ଅର୍ପଣ କରନ୍ତୁ। ଗଣେଶଙ୍କୁ ଲଡ୍ଡୁ ଭୋଗ ନିଶ୍ଚିତ କରନ୍ତୁ। କର୍ପୁର ଜଳାଇ ଗଣେଶଙ୍କ ଆରତୀ କରନ୍ତୁ। ଏହି ପରି ସବୁଦିନ ୧୦ ଦିନ ପର୍ଯ୍ୟନ୍ତ ଗଣେଶଙ୍କ ପୂଜାର୍ଚ୍ଚନା କରନ୍ତୁ ଓ ଅନନ୍ତ ଚତୁର୍ଦ୍ଦଶୀ ଦିନ ବିଧିବିଧାନ ପୂର୍ବକ ଗଣେଶଙ୍କ ବିସର୍ଜନ କରନ୍ତୁ।

Spread the love