‘ପୁଷ୍ପା’ ସ୍ଵାଗରେ ଗଣେଷ ମୂର୍ତ୍ତି, ଅଲ୍ଲୁଙ୍କ ହିଟ୍‌ ଷ୍ଟାଇଲ୍‌ରେ ଆସିଲେ ନଜର

ମୁମ୍ଵାଇ ୩୧।୦୮: ‘ପୁଷ୍ପା: ଦି ରାଇଜ୍’ ଦେଖିବା ପରେ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲ୍‌ ବହୁତ ଭାଇରାଲ୍‌ ହେବାରେ ଲାଗିଛି । ଅଲ୍ଲୁଙ୍କ ଯାଦୁ ଲୋକଙ୍କ ମୁଣ୍ଡରେ ଘାରିଥିଲା । ଫିଲ୍ମ ଦେଖିବାର ମାସେ ପରେ ମଧ୍ୟ ‘ପୁଷ୍ପା’ର ଟଶାନ ଥମିବାରେ ନାଁ ଧରୁନି । ଚଳଚ୍ଚିତ୍ରରେ ଡାଏଲଗ୍‌ ‘ମେନ୍ ଝୁକେଗା ନେହିଁ’ ହଜାର ହଜାର ଲୋକ ସୋସିଆଲ ମିଡିଆରେ ନିଜର ରିଲ୍ ସେୟାର କରୁଛନ୍ତି। ସାଧାରଣ ମଣିଷଠାରୁ ଆରମ୍ଭ କରି ସମଗ୍ର ବିଶ୍ୱରୁ ସେଲିବ୍ରେଟ୍ ପର୍ଯ୍ୟନ୍ତ ଏଥିରେ ସାମିଲ୍‌ ଅଛନ୍ତି। ବର୍ତ୍ତମାନ ଏହି ସ୍ୱାଗ ପ୍ରଭୁ ଗଣେଶ କରୁଥିବାର ଦେଖିବାକୁ ମିଳିଛି। ଗଣେଶ ଚତୁର୍ଥୀ ଏବଂ ବାପ୍ପାଙ୍କ ଆଗମନ ପାଇଁ ଲୋକଙ୍କ ମନରେ ଅନେକ ଭକ୍ତି ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ କେତେକ ଗଣେଷ ମଧ୍ୟ ପଛରେ ନାହାନ୍ତି । ଶିଳ୍ପୀମାନେ ଗଣପତିଙ୍କୁ ‘ପୁଷ୍ପା’ ସ୍ବାଗରେ ପ୍ରସ୍ତୁତ କରିଛନ୍ତି। ଅନେକ ସ୍ଥାନରେ ବାପ୍ପାଙ୍କ ପ୍ରତିମାମାନେ ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲ୍‌ରେ ଦେଖିବାକୁ ମିଳିଛି। ଯେଉଁଥିରେ ସେ ସାମନ ପରି ପୋଷାକ, ସେମିତି ସ୍ଵାଗ ସହ ସେହି ଲୁକ୍‌ରେ ନଜର ଆସିଛନ୍ତି। ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଦେଖିଲେ ଲାଗୁଛି ଗଣପତି ମଧ୍ୟ ଅଲ୍ଲୁଙ୍କୁ ଟକ୍କର ଦେଇଛନ୍ତି।

Spread the love