୮ ତାରିଖ ଯାଏଁ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଆସନ୍ତା ୮ ତାରିଖ ଯାଏ ରାଜ୍ୟରେ ବର୍ଷା ହୋଇପାରେ । କିଛି ସ୍ଥାନରେ ହାଲୁକା ତ’ ଆଉ କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସୋମବାର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହୋଇପାରେ । ତେବେ ୮ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

୫ରେ ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଜଗତ୍‌ସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାରେ ହାଲୁକା ବର୍ଷିପାରେ । ଗଞ୍ଜାମ, ଗଜପତି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।

୬ ତାରିଖରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଭାରୀ ବର୍ଷା ହୋଇପାରେ । ୭ରେ ମଧ୍ୟ ଦକ୍ଷିଣ ଓଡିଶାର ଠାଏ ଠାଏ ସ୍ଥାନରେ ପ୍ରବଳ ବର୍ଷା ହେବ । ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ଅଧିକ ବର୍ଷିବ । ୮ରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳର କିଛି ସ୍ଥାନରେ ଅଧିକ ବର୍ଷିପାରେ ବୋଲି ପାଣିପାଗ ଆକଳନ କରିଛି ।

ରବିବାର ସନ୍ଧ୍ୟା ଭିତରେ ପାରଳାଖେମୁଣ୍ଡିରେ ୫୭ ମିଲିମିଟର ବର୍ଷା ହୋଇଛି । ବାଲେଶ୍ୱରରେ ୪୫, ଟିଟିଲାଗଡରେ ୨୧, ହୀରାକୁଦରେ ୧୬.୮ ବର୍ଷା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟାରେ ବୌଦ୍ଧ ହରଭଙ୍ଗାରେ ସର୍ବାଧିକ ୯୦ମିମି ବର୍ଷା ହୋଇଛି । ଫିରିଙ୍ଗିଆରେ ୮୧.୪, ରିଆମାଳରେ ୭୪, ବାଙ୍କିରେ ୭୨, ଢେଙ୍କାନାଳରେ ୭୦, ପାଇକମାଳରେ ୬୩, ଯାଜପୁରରେ ୬୨ ଓ ଯାଜପୁରରେ ୫୨ ମିମି ବର୍ଷା ହୋଇଛି ।

Spread the love