ବିଲୁଆ ଆକ୍ରମଣରେ ୫ ଆହତ

ସୁନ୍ଦରଗଡ, ୧୧|୦୯: ଆକ୍ରମଣ କରି ଘାଇଲା କଲା ବିଲୁଆ ।  ବିଲୁଆ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି । ଆହୁରି ୫ ଆହତ । ଏପରି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲାର ସଲଙ୍ଗାବୁଡ ଗ୍ରାମରେ । ସୂଚନାନୁସାରେ, ଶନିବାର ବିଳମ୍ବିତ ରାତ୍ରିରେ ସଲଙ୍ଗାବୁଡ଼ ଗାଁ ଭିତରକୁ ଏକ ବିଲୁଆ ପଶି ଆସିଥିଲା । ବାଘଟି ୫ ଜଣକୁ ଆକ୍ରମଣ କରିପକାଇଥିଲା । ଏହାମଧ୍ୟରୁ ଜଣେ ବୃଦ୍ଧା ଗୁରୁବାରୀ ପୃସେଠ(୬୫)ଙ୍କ ଅତି ଗୁରୁତର ହୋଇପଡିଥିଲେ । ତାଙ୍କୁ ପ୍ରଥମେ ସୁନ୍ଦରଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ବୁର୍ଲା ପଠାଯାଇଛି । ତେବେ ଘର ବାରଣ୍ଡାରେ ଶୋଇଥିବା ବେଳେ ଗୁରୁବାରୀଙ୍କୁ ବିଲୁଆ ଆକ୍ରମଣ କରିଥିବା କୁହାଯାଉଛି ।  

Spread the love