ଗାନ୍ଧୀ ସଂକଳ୍ପ ଯାତ୍ରାର ଲିଫଲେଟ ଏବଂ ଅଡିଓ ସିଡି ଉନ୍ମୋଚିତ

ଆସନ୍ତା ଅକ୍ଟୋବର ୨ ତାରିଖ ୧୫୦ତମ ଗାନ୍ଧୀ ଜୟନ୍ତୀରୁ ଭାରତୀୟ ଜନତା ପାର୍ଟୀ ତରଫରୁ ଦେଶ ବ୍ୟାପୀ ଗାନ୍ଧୀ ସଂକଳ୍ପ ଯାତ୍ରା ଆରମ୍ଭ ହେବ । ରାଜ୍ୟରେ ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅକ୍ଟୋବର୨ ରୁ ୩୦ ତାରିଖ ଦିନ ଧରି ଏହି ପଦଯାତ୍ରା କାର୍ଯ୍ୟକ୍ରମ ଚାଲିବ । ପଦଯାତ୍ରା ପୂର୍ବରୁ ଆଜି ରାଜ୍ୟ ବିଜେପି ଉପସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଗାନ୍ଧୀ ସଂକଳ୍ପ ଯାତ୍ରାର ଲିଫଲେଟ, ପ୍ଲା କାର୍ଡ ଏବଂ ଅଡିଓ ସିଡି ଉନ୍ମୋଚିତ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି କଟକ ଜିଲ୍ଲା ତେଲଙ୍ଗାପେଣ୍ଠସ୍ଥିତ ଗାନ୍ଧୀ ସ୍ମୃତି ପୀଠରୁ ସକାଳ ୯ଟାରେ ଏହି ପଦଯାତ୍ରା ଆରମ୍ଭ କରିବେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାଧାରଣ ଜନତାଙ୍କୁ ଭେଟିବା ସହ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଗାନ୍ଧୀଜୀଙ୍କ ବାର୍ତାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସମଗ୍ର ବିଶ୍ୱରେ ଆଗେଇ ନେବା ସହ ସଚେତନତା ସୃଷ୍ଟି କରୁଛନ୍ତି । ଏହି ପଦଯାତ୍ରା ଅବସରରେ ଗାନ୍ଧୀଜୀଙ୍କ ବାର୍ତା ସ୍ୱଦେଶୀ, ସ୍ୱଚ୍ଛତା, ସ୍ୱରାଜ, ସ୍ୱାବଲମ୍ବୀ, ସାଧାରଣ ଓ ସରଳ ଜୀବନ ଯାପନ, ଜଳ ସଂରକ୍ଷଣ, ନିଶା ନିବାରଣ, ସିଙ୍ଗଲ ୟୁଜ୍ଡ ପ୍ଲାଷ୍ଟିକ ବର୍ଜନ ସଂପର୍କରେ ସାଧାରଣ ଜନତାଙ୍କୁ ଅବଗତ ଓ ସଚେତନା କରାଯିବ ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି ସୂଚନା ଦେଇଛନ୍ତି  l

ଶ୍ରୀ ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ସିଦ୍ଧାନ୍ତ ବିହୀନ ରାଜନୀତି, ପରିଶ୍ରମ ବିହୀନ ଧନ ଉପାର୍ଜନ, ବିବେକ ବିହୀନ ସୁଖପ୍ରାପ୍ତି, ଚରିତ୍ର ବିହୀନ ଜ୍ଞାନ, ସଦାଚାର ବିହୀନ ବ୍ୟବସାୟ, ସମ୍ବେଦନା ବିହୀନ ବିଜ୍ଞାନ ଏବଂ ତ୍ୟାଗ ବିହୀନ ଉପସନା ଭଳି ୭ଟି ସାମାଜିକ ପାପରୁ ନିବୃତ ରହିବା ପାଇଁ ଏହି ପଦଯାତ୍ରା ଅବସରରେ ସମାଜକୁ ଆହ୍ୱାନ ଦିଆଯିବ । ପାର୍ଟୀର ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ ଏବଂ ସମସ୍ତ କାର୍ଯ୍ୟକର୍ତା ଏହି ପଦଯାତ୍ରାରେ ସାମିଲ ହେବେ ।

Spread the love