ପନୀର ଟିକ୍କା

ଆବଶ୍ୟକ ସାମଗ୍ରୀ
  • ୨୫୦ ଗ୍ରାମ୍‌ ପନୀର
  • ୧ ସିମଲା ଲଙ୍କା
  • ୧ ପିଆଜ
  • ୧/୨ ଗିନା ଦହି
  • ୧ ଚାମଚ ଅଦା-ରସୁଣ ପେଷ୍ଟ
  • ୧ ଚାମଚ ଗରମ ମସଲା
  • ୧/୪ ଚାମଚ ହଳଦି ପାଉଡର
  • ଲୁଣ ସ୍ୱାଦାନୁସାରେ
  • ତେଲ ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

  1. ପନୀର ଟିକ୍କା ବନାଇବା ପାଇଁ ସର୍ବପ୍ରଥମେ ଏହାର ମସଲା ପ୍ରସ୍ତୁତ କରନ୍ତୁ।
  2. ଏବେ ଗୋଟେ ପାତ୍ରରେ ଦହି, ଅଦା-ରସୁଣ ପେଷ୍ଟ, ହଳଦି ପାଉଡର, ଲାଲ ଲଙ୍କା ପାଉଡର ଏବଂ ଗରମ ମସଲା ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ।
  3. ଏବେ ପନୀର, ସିମଲା ଲଙ୍କା ଏବଂ ପିଆଜକୁ ଛୋଟ ସାଇଜରେ କାଟି ଦିଅନ୍ତୁ। ଏହି କ୍ୟୁବ୍ସକୁ ଦହି ମିଶ୍ରଣରେ ପକାଇ ମ୍ୟାରିନେଟ କରନ୍ତୁ ଏବଂ ଅଧ ଘଣ୍ଟା ପାଇଁ ଅଲଗା ରଖିଦିଅନ୍ତୁ।
  4. ଏହାପରେ ମିଡିୟମ୍‌ ଆଞ୍ଚରେ ପ୍ୟାନରେ ତେଲ ପକାଇ ଗରମ ହେବା ପାଇଁ ରଖନ୍ତୁ।
  5. ପନୀର କ୍ୟୁବ୍ସକୁ ଟୁଥପିକ କିମ୍ବା ଷ୍ଟିକ୍ସରେ ଲଗାଇ ପ୍ୟାନରେ ରଖି ପ୍ରସ୍ତୁତ କରନ୍ତୁ। ମଝିରେ ମଝିରେ ଷ୍ଟିକ୍ସକୁ ଓଲାଟାଇ ପନୀରକୁ ଭଲଭାବେ ହେବାକୁ ଦିଅନ୍ତୁ।
  6. ପନୀର ଯେତେବେଳେ ଗୋଲଡେନ୍‌ ବ୍ରାଉନ ହୋଇଯିବ ସେତେବେଳେ ପନୀର ଟିକ୍କାକୁ ପ୍ଲେଟକୁ ବାହାର କରିଦିଅନ୍ତୁ।
  7. ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ପନୀର ଟିକ୍କା। ଏହାକୁ ଗ୍ରୀନ୍‌ ଚଟଣୀ ସହିତ ସର୍ଭ କରନ୍ତୁ।
Spread the love