ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ-ରାଜ୍ୟ ସରକାରଙ୍କ ଆଲୋଚନା ସଫଳ, ପୂଜା ପୂର୍ବରୁ ମିଳିବ ଖୁସିର ଖବର

ଭୁବନେଶ୍ୱର ୧୨।୦୯ : ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ । ପୂଜା ପୂର୍ବରୁ ମିଳିବ ଖୁସି ଖବର । ୧୫ ଦିନ ଭିତରେ ସରକାର ସଂଘର ଥିବା ସମସ୍ୟାର କରିବେ ସମାଧାନ । ଉପକୃତ ହେବେ ୪୨ଟି ବିଭାଗର ୭୦ ହଜାର ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀ । ଦାବି ପୂରଣ ନହେଲେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସଂଘ କହିଛି ।

ଖବର ଅନୁଯାୟୀ, ରବିବାରଠୁ ଭୁବନେଶ୍ୱର ଲୋୟର ପିଏମଜିରେ ଆନ୍ଦୋଳନ କରୁଛନ୍ତି । ବିଭିନ୍ନ ଦାବିରେ ପ୍ରବଳବର୍ଷା ସତ୍ବେ ଲୋୟର ପିଏମଜିରେ ଆନ୍ଦୋଳନ ଜାରି ରଖିଥିଲେ କରିଥିଲେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ।ଆଉ ଏବେ ସଂଘ ସହିତ ରାଜ୍ୟ ସରକାର ଆଲୋଚନା କରିଛନ୍ତି । ଏହି ଆଲୋଚନା ସଫଳ ହୋଇଛି ବୋଲି ସୂଚନା ମିଳିଛି ।

Spread the love