କାଜୁ ମାଲପୁଆ

ଆବଶ୍ୟକ ସାମଗ୍ରୀ

  • ୧ କପ୍‌ ମଇଦା
  • ୧/୨ କପ୍‌ କାଜୁ ଗୁଣ୍ଡ
  • ୨ କପ୍‌ କ୍ଷୀର
  • ଆବଶ୍ୟକତା ଅନୁସାରେ ଘିଅ
  • ୧/୨ କପ୍‌ ସୁଜି
  • ୧/୪ ବଡ ଚାମଚ୍‌ ଅଳେଇଚ ପାଉଡର
  • ୧/୨ କପ୍‌ ପେଶା ଚିନି

ପ୍ରସ୍ତୁତି ପ୍ରଣାଳୀ

ଏକ ବଡ ପାତ୍ରରେ ମଇଦା, ସୁଜି, ଚିନି, କାଜୁ ଏବଂ ଅଳେଇଚ ଗୁଣ୍ଡକୁ ପକାନ୍ତୁ ଏବଂ ଗୋଳାଇ ଦିଅନ୍ତୁ। ଏହାପରେ ଏଥିରେ କ୍ଷୀର ପକାନ୍ତୁ ଏବଂ ଭଲ କରି ଗୋଳାଇ ଦିଅନ୍ତୁ। ଏବେ ଏହି ଘୋଳରେ ସାମାନ୍ୟ କ୍ଷୀର ମିଶାଇ ଦିଅନ୍ତୁ। କଡାରେ ଅଳ୍ପ ଦେଶୀ-ଘିଅ ଛାଣିବା ପାଇଁ ଗରମ କରନ୍ତୁ। ଏବେ ଗରମ ତେଲରେ ଏକ ଚାମଚ ଘୋଳ ପକାନ୍ତୁ। ମାଲପୁଆକୁ ଦୁଇ ପଟୁ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣି ଦିଅନ୍ତୁ। ଆପଣ ମାଲପୁଆକୁ ଏମିତି ହିଁ ପରଷି ପାରିବେ ନଚେତ ସିରାରେ ବୁଡାଇ ମିଠା କରି ବି ଖାଇପାରିବେ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି କାଜୁ ମାଲପୁଆ।

Spread the love