କଟକରେ ନକଲି ଔଷଧ କାରବାର ମାମଲା : ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

କଟକରେ ନକଲି ଔଷଧ କାରବାର ମାମଲା । ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ । ଅଭିଯୁକ୍ତ ଦୁଇଜଣ ଦେଲେ ସଞ୍ଜୟ ଜଲାଲ ଓ ରାହୁଲ ଶ୍ୟାଲ । ପୁରୀଘାଟ ଥାନାରେ ଦୁଇ ଅଭିଯୁକ୍ତ ଆତ୍ମସମର୍ପଣ କରିଛନ୍ତି । ନକଲି ମେଡିସିନ କାରବାର ମାମଲାରେ ସେମାନଙ୍କୁ ପଚରାଉଚରା ହେବ । ଦୁଇ ଔଷଧ ବିତରକ ସଂସ୍ଥାର ଅନ୍ୟ କିଛି କର୍ମଚାରୀଙ୍କୁ ପୁଲିସ ପଚରାଉଚରା କରୁଛି । ଆବଶ୍ୟକ ପଡିଲେ ଏହି ଦୁଇ ସଂସ୍ଥାର ଅଫିସ ସିଲ ବି କରାଯାଇପାରେ ବୋଲି କଟକ ଡିସିପି ସୂଚନର ଦେଇଛନ୍ତି । ସେପଟେ ନକଲି ଔଷଧକୁ ବଜାରକୁ କେମିତି ଆସିଲା, ତାର ଚେର ଖୋଜିବା ପାଇଁ ପୋଲିସ୍ ଟିମ୍ ଗୟା ଓ ବେଙ୍ଗାଲୁରୁ ଯିବ ବୋଲି ଜଣାପଡ଼ିଛି । କଟକରେ ଜବତ ହୋଇଥିବା ଟେଲମା-୪୦ ଓ ଟେଲମା-ଏଏମ୍ ଔଷଧ ନକଲି ବୋଲି ସ୍ପଷ୍ଟ ହୋଇଛି । ଡ୍ରଗ୍ସ କଣ୍ଟ୍ରୋଲର ଅଫିସର ଅଧିକାରୀମାନେ ଏ ନେଇ ବଳିଷ୍ଠ ପ୍ରମାଣ ପାଇଛନ୍ତି । ସେହିପରି ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରିବାକୁ କଟକ ମେଡିସିନ ବିକ୍ରେତା ସଂଘ ଦାବି କରିଛି । ଅପରପକ୍ଷରେ ଡାକ୍ତର କହିଛନ୍ତି ଯେ, ନକଲି ଟେଲମା-୪୦ ଓ ଟେଲମା-ଏଏମ୍ ଖାଇଲେ କିଡନୀ ଓ ହାର୍ଟ ସମସ୍ୟା ଦେଖାଦେବାର ଆଶଙ୍କା ଅଧିକ ରହିଛି ।

Spread the love