୩ ଦିନିଆ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୧୩।୦୯: ଆଜିଠୁ ୩ ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ମୁମ୍ବାଇରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ଯୋଗ ଦେବେ । ଏଥିରେ ଦେଶର ବିଶିଷ୍ଟ ଉଦ୍ୟୋଗପତି ସାମିଲ ହେବା କାର୍ଯ୍ୟକ୍ରମ ରହିଛି ।

ସେହିପରି ବୁଧବାର ସଂଧ୍ୟାରେ ମୁମ୍ବାଇରେ ରୋଡ ଶୋ କରିବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବିଶିଷ୍ଟ ଉଦ୍ୟୋଗପତିଙ୍କୁ ଆହ୍ବାନ କରିବେ ନବୀନ ପଟ୍ଟନାୟକ। ରାଜ୍ୟରେ ବ୍ୟାପକ ପୁଞ୍ଜିନିବେଶ ପାଇଁ ସମ୍ମିଳନୀରେ ଶିଳ୍ପପତିମାନଙ୍କ ସହ ରାଜ୍ୟ ସରକାର ବିସ୍ତୃତ ଆଲୋଚନା କରିବେ । ଏଥିସହ ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଆୟୋଜନ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ସାମିଲ୍ ହେବାକୁ ନିମନ୍ତ୍ରଣ ଦେବେ। ଓଡ଼ିଶାରେ ବିଶେଷକରି ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଖଣି, ଆଇଟି ଆଦି କ୍ଷେତ୍ରରେ କଣ ସୁଯୋଗ ରହିଛି ଓ ରାଜ୍ୟ ସରକାର କି ସହଯୋଗ କରିବେ ସେନେଇ ନିବେଶକାରୀଙ୍କ ଅବଗତ କରାଇବେ। ପରେ ମୁଖ୍ୟମନ୍ତ୍ରୀ ୧୫ତାରିଖ ସକାଳେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ୍ ବଜାଇବାର କାର୍ଯ୍ୟକ୍ରମ ରହିଛି।

Spread the love