ବିଜେଡିକୁ ସମୁଦ୍ରକୁ ଫୋପାଡିଦେବୁ: ଜୁଏଲ ଓରାମ

୨୦୨୪ ନିର୍ବାଚେନର ତାତି ୨୦୨୨ରୁ ଦେଖିବାକୁ ମିଳିଲାଣି । ପୁରୀରେ ଆରମ୍ଭ ହୋଇଥିବା ୩ ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିରରେ ବିଜେଡିକୁ ଟାର୍ଗେଟ କରି ବଡ ମନ୍ତବ୍ୟ ଦେଇଛନ୍ତି ଜୁଏଲ ଓରାମ । ବିଜେଡିକୁ ସମୁଦ୍ରରେ ଫୋପାଡି ଦେବାକୁ ଦମ୍ଭ ଦେଖାଇଛି ବିଜେପି । ଜୁଏଲ ଓରାମ କହିଛନ୍ତି, ଆଗରୁ ବିଜେଡିର ସହଯୋଗ ଆବଶ୍ୟକ କରୁଥିଲୁ ଏବେ ବିଜେଡିକୁ ପୁରୀ ବେଳାଭୂମିରେ ଫୋପାଡ଼ି ଦେବୁ । ଏହାର ଜବାବ ରଖିଛି ବିଜେଡି । ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ଜୁଏଲ ଓରାମ ସବୁବେଳେ ଭିତୀହିନ କଥା କୁହନ୍ତି । ଏହାସହ ଦଳକୁ କେହି ତିଆରି କରିନାହାନ୍ତି ବୋଲି କହିଛି ବିଜେଡି । ଗତ ପଂଚାୟତ ଓ ପୌର ନିର୍ବାଚନରେ ବିଫଳତା ପରେ ଦଳକୁ ପୁନଃ ସଜାଡି ମିଶନ ୧୨୦ ପ୍ଲସ ଲକ୍ଷ୍ୟ ନେଇ ବିଜେପି ଖସଡ଼ା ପ୍ରସ୍ତୁତ କରୁଛି । ଏହି ପ୍ରଶିକ୍ଷଣ ଶିବିରରେ ଦଳର ସାଂସଦ,ବିଧାୟକ, ଜିଲ୍ଲା ସଭାପତି ପ୍ରମୁଖ ଯୋଗ ଦେଇଛନ୍ତି । ଏହି ପ୍ରଶିକ୍ଷଣ ଶିବିରରେ ବିଜେପି ସଭାପତି ସମୀର ମହାନ୍ତି, ସାଂସଦ ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ରୀୟ ସାଧାରଣ ସମ୍ପାଦିକା ତଥା ପ୍ରଭାରୀ ପୁରେନ୍ଦେଶ୍ୱରି, ସାଂସଦ ସୁରେଶ ପୂଜାରୀ ପ୍ରମୁଖ ଅଂଶଗ୍ରହଣ କରିଛନ୍ତି ।

Spread the love