ଥାନା ଓ ଡାକ୍ତରଖାନାରୁ “ମୋ ସରକାର”କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଗାନ୍ଧୀ ଜୟନ୍ତୀ ଠାରୁ “ମୋ ସରକାର” କାର୍ଯ୍ୟକ୍ରମ ଶୁଭାରମ୍ଭ କରିବା ପାଇଁ କାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯିବେ ଥାନା ଆଉ ଡାକ୍ତରଖାନା । ଲୋକଙ୍କ ସହ କଥା ହୋଇ ବୁଝିବେ ସ୍ବାସ୍ଥ୍ୟସେବା କଥା । ଆଉ ଥାନାରେ ବୁଝିବେ ପୋଲିସ ବାବୁ ବ୍ୟବହାର ଠିକ୍ ଦେଖାଇଛନ୍ତି ନା ନାହିଁ । ଗାନ୍ଧୀ ଜୟନ୍ତୀ ଠାରୁ “ମୋ ସରକାର” କାର୍ଯ୍ୟକ୍ରମ ଶୁଭାରମ୍ଭ ଏଭଳି କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ବିରୋଧୀ ଏହାକୁ ଲୋକ ଦେଖାଣିଆ ବୋଲି କହିଛନ୍ତି ।ଗାନ୍ଧି ଜୟନ୍ତୀରୁ “ମୋ ସରକାର” କାର୍ଯ୍ୟକ୍ରମ ଆରମ୍ଭ କରିବେ ରାଜ୍ୟ ସରକାର । ପ୍ରଥମେ ଗୋଟିଏ ଥାନା ଓ ଗୋଟିଏ ଡାକ୍ତରଖାନାରୁ ନିଜେ ମୁଖ୍ୟମନ୍ତ୍ରୀ “ମୋ ସରକାର” କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀ ଗୋଟିଏ ଡାକ୍ତରଖାନା ଓ ଗୋଟିଏ ଥାନାକୁ ଯାଇ ଲୋକଙ୍କୁ କିଭଳି ସେବା ଉପଲବ୍ଧ ହେଉଛି ତାହା ପଚାରି ବୁଝିବେ । ଏଥିପାଇଁ କ୍ୟାପିଟାଲ ହସ୍ପିଟାଲ ଓ ସହିଦ ନଗର ଥାନାକୁ ବଛାଯାଇଛି ।ସରକାର 5T କାର୍ଯ୍ୟକ୍ରମ ଆଧାରରେ ହିଁ “ମୋ ସରକାର” କାର୍ଯ୍ୟକ୍ରମକୁ ସଫଳ କରିବାକୁ ଚାହୁଁଛନ୍ତି ।ଲୋକଙ୍କୁ ସେବା ଯୋଗାଉଥିବା ଏହି ସ୍ବାସ୍ଥ୍ୟ ଓ ପୋଲିସ ବ୍ୟବସ୍ଥା କିଭଳି ଚାଲିଛି ତାର ସିଧାସଳଖ ଫିଡ୍ ବ୍ୟାକ୍ ନେବେ ସରକାର । ଭୁକ୍ତଭୋଗୀ ହିଁ କହିବ ଯେ ରାଜ୍ୟରେ କିଭଳି ଶାସନ ଚାଲିଛି । …

  ନବୀନ ସରକାରଙ୍କ ୨୦ ବର୍ଷ ଶାସନ ଭିତରେ କେତେ ଯୋଜନା ଓ କେତେ କାର୍ଯ୍ୟକ୍ରମ ଯାଇଛି ତାର ଲମ୍ବା ତାଲିକା ଧରି ବସିଛନ୍ତି ବିରୋଧୀ ।ବିରୋଧୀଙ୍କ ପ୍ରଶ୍ନ, ନିର୍ବାଚନ ପୂର୍ବରୁ ଚାଲିଥିବା “ପିଠା” ଯୋଜନା କୁଆଡେ ଗଲା । ସରକାର ଗଠନ ଦିନ ସବୁ ହିତାଧିକାରୀଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରି କାହିଁକି ଭୁଲିଗଲେ । ଯାହା ୨୦ ବର୍ଷରେ ହୋଇନି ତାହା ଏବେ ହେବ । ପୁଣି “ମୋ ସରକାର” କାର୍ଯ୍ୟକ୍ରମ ଜରିଆରେ ଏକଥା ବିରୋଧୀଙ୍କୁ ହଜମ ହୋଇନି ।ଗାନ୍ଧି ଜୟନ୍ତୀରେ ବିଭିନ୍ନ ଦଳ ତ ଅନେକ କାର୍ଯ୍ୟକ୍ରମ ରଖିଛନ୍ତି ଲୋକଙ୍କ ପାଖକୁ ଯିବାକୁ । କିନ୍ତୁ “ମୋ ସରକାର” କାର୍ଯ୍ୟକ୍ରମ ଜରିଆରେ ସରକାର ବି ଲୋକଙ୍କ ସହ ଯୋଡି ହେବାକୁ ଚେଷ୍ଟା କରୁଛନ୍ତି ।

Spread the love