ଭୁବନେଶ୍ୱରରେ ୧୭୮ଟି ମଣ୍ଡପରେ ପୂଜା ପାଇବେ ଦୁର୍ଗତି ନାଶିନୀ, କେଉଁଠି କି ବ୍ୟଵସ୍ଥା କରାଯାଇଛି ପଢନ୍ତୁ..

ଆଉ ଦିନ କେଇଟା ପରେ ଦୁର୍ଗତି ନାଶିନୀ ମା’ ଦୁର୍ଗା ଧରାବତରଣ କରିବେ । ଏଥିପାଇଁ ଏବେ ଗାଁ ଠାରୁ ସହର ସବୁ ଚଳଚଞ୍ଚଳ ହୋଇପଡିଛି । ଗତ ଦୁଇ ବର୍ଷ ହେବ କରୋନା ମହାମାରୀ ପାଇଁ ପୂଜା ଏକ ପ୍ରକାର ବନ୍ଦ ଥିଲା । ଚଳିତ ବର୍ଷ କରୋନା କଟକଣା ହଟିବା ପରେ ଧୂମଧାମରେ ପୂଜା ପାଳନ କରାଯିବ । ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ଏବେ ପୂଜା ମାହୋଲ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱରରେ ୧୭୮ଟି ପୂଜା ମଣ୍ଡପରେ ମା\’ପୂଜା ପାଇବେ । ସବୁ ପୂଜା ମଣ୍ଡପରେ ଏବେ ସାଜସଜ୍ଜାକୁ ନେଇ ଏକ ପ୍ରତିଯୋଗିତା ଆରମ୍ଭ ଚାଲିଛି । ଏହି କ୍ରମରେ ଚଳିତବର୍ଷ ଶହୀଦନଗର ପୂଜା କମିଟି ମଧ୍ୟ ପଛରେ ପଡିନାହିଁ । ଚଳିତ ବର୍ଷ ଏହି ପୂଜା କମିଟି ୪୫ ବର୍ଷରେ ପଦାର୍ପଣ କରିଥିବା ବେଳେ ଏଥର ମଧ୍ୟ ଏକ ନୂଆ ଢାଞ୍ଚାରେ ତୋରଣ ନିର୍ମାଣ କରାଯିବ ।

୧୯୭୭ ମସିହାରୁ ଏଠାରେ ମା’ ଦୁର୍ଗା ଓ ପାର୍ଶ୍ୱ ଦେବାଦେବୀଙ୍କର ପୂଜା ହୋଇଆସୁଛି । ଚଳିତ ବର୍ଷ ଏହି ପୂଜା ୪୫ ବର୍ଷରେ ପଦାର୍ପଣ କରି । ଚଳିତ ବର୍ଷ ମା’ଙ୍କ ଚାନ୍ଦି ମେଢ ଓ ସୁନାମୁକୁଟ ସହିତ ପାର୍ଶ୍ୱଦେବୀଙ୍କର ମଧ୍ୟ ସ୍ୱର୍ଣ୍ଣ ଅଳଙ୍କାର ବ୍ୟବସ୍ଥା କରାଯାଇଛି । ଚାନ୍ଦି ମେଢ ଓ ସ୍ୱର୍ଣ୍ଣମୁକୁଟ ପାଇଁ ଏହି ମଣ୍ଡପ ବେସ ପ୍ରସିଦ୍ଧ ଲାଭ କରିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମା’ ୫ଦିନ ମଣ୍ଡପରେ ପୂଜା ପାଇବେ । ଏହି ୫ଦିନ ମଣ୍ଡପରେ ଭଜନ ସମାରୋହ ଅନୁଷ୍ଠିତ ହେ । ତେବେ ଗତ କିଛିବର୍ଷ ହେଲା ବନ୍ଦ ହୋଇଥିବା ରାପଣପୋଡି ଉତ୍ସବ ଚଳିତ ବର୍ଷ ପୁଣି ଆରମ୍ଭ ହେବ ବୋଲି ସମିତି ପକ୍ଷରୁ କୁହାଯାଇଛି ।ବିଧି ଅନୁସାରେ ଏଠାରେ ୫ମୀ ତିଥିରୁ ପୂଜା ଆରମ୍ଭ ହେବ । ମା’ଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ ଜନ୍ମାଷ୍ଟମୀରୁ ଆରମ୍ଭ ହୋଇଛ । ମହାଷ୍ଟମୀ ପୂଜା ଦିନ ଭକ୍ତ ତଥା ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବଣ୍ଟନ କରାଯି । ପ୍ରତିଦିନ ମା’ଙ୍କୁ ପାରମ୍ପାରିକ ଦେଶୀ ପିଠା ଭୋଗଲାଗି କରାଯିବ । ଏହି ମଣ୍ଡପ ତୋରଣ ପାଇଁ ପ୍ରତିବର୍ଷ ଚର୍ଚ୍ଚାରେ ରହିଥାଏ । ତେଣୁ ଚଳିତ ବର୍ଷ ମଧ୍ୟ ଆକର୍ଷଣୀୟ ତୋରଣ ପ୍ରସ୍ତୁତ କରାଯି । କୋଲକାତାର କାରିଗରମାନେ ତୋରଣ ନିର୍ମାଣ କରୁଛନ୍ତି ।

ଶହୀଦନଗର ଦୁର୍ଗାପୂଜା ମଣ୍ଡପ ଜନପଥରେ ରହିଥିବାରୁ ଏଠାରେ ଅଧିକ ଗହଳି ହୋଇଥାଏ ଓ ରାସ୍ତା ଜାମ ସହ ଟ୍ରାଫିକ ବ୍ୟବସ୍ଥା ଦେଖା ଦେଇଥାଏ ତେଣୁ ଏହି ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ୧୦୦ ସ୍ୱେଚ୍ଛାସେବୀଙ୍କୁ ସମିତି ପକ୍ଷରୁ ନିୟୋଜିତ କରାଯିବ । ଏଥିସହିତ ୩୦ ଜଣ ସିକ୍ୟୁରିଟି ଗାର୍ଡ ମଧ୍ୟ ସମିତି ପକ୍ଷରୁ ନିଯୁକ୍ତି ଦିଆଯିବ । ୨୦ ସିସିଟିଭି ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି କମିଟି ପକ୍ଷରୁ କୁହାଯାଇଛି ।

Spread the love