ଭୂସ୍ଖଳରେ ୧୩ ମୃତ୍ୟୁ, ୧୦ ନିଖୋଜ; ସର୍ଚ୍ଚ ଅପରେସନ ପାଇଁ ହେଲିକପ୍ଟର ପଠାଇଲା ଗୃହମନ୍ତ୍ରାଳୟ

କାଠମାଣ୍ଡୁ: ନେପାଳର ପଶ୍ଟିମରେ ଥିବା ଅଚ୍ଛାମ ଜିଲ୍ଲାରେ ଭୂସ୍ଖଳନ ଯୋଗୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ୧୦ ନିଖୋଜ ଥିବା ସୂଚନା ମିଳିଛି। ଆଚ୍ଛାମ ଜିଲ୍ଲୀର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଧା ନିଖୋଜ ଥିବା ୧୦ ଜଣଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଡେପୁଟି ଚିଫ୍ ଡିଷ୍ଟ୍ରିକ୍ଟ ଅଫିସର ଦୀପେଶ ରିଜାଲ ସୂଚନା ଦେଇ କହିଛନ୍ତି “ସୁଦୂର ନେପାଳର ପଶ୍ଚିମାଞ୍ଚଳରେ ଥିବା ଅଚ୍ଛାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଯୋଗୁ ଅତି କମ୍‌ରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୧୦ ଜଣ ନିଖୋଜ ହୋଇଯାଇଥିବା ବେଳେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି। ”

ଏହି ଘଟଣା ଶନିବାର ଘଟିଛି। ଏଠାରେ ଲଗାତର ବର୍ଷା ହୋଇଥିବା କାରଣରୁ ବିଜୁଳି ଓ ସଡ଼କସେବା ବାଧାପ୍ରାପ୍ତ ହୋଇଛି ବୋଲି ରିଜାଲ ସୂଚନା ଦେଇଛନ୍ତି। ଶନିବାର ନେପାଳର ଦାରାଚୂଲାର ବଙ୍ଗବଗଡ଼ ଅଞ୍ଚଳରେ ଆସିଥିବା ବନ୍ୟାରେ ଭୂସ୍ଖଳନ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ନିଖୋଜ ହୋଇଯାଇଛନ୍ତି। ମୂସଳ ଧାରାରେ ବର୍ଷା ଯୋଗୁ ଦେଶରେ ଗାଁ ଗଣ୍ଡାରେ ପାଣି ହେବା ସ୍କୁଲ୍ କଲେଜ୍‌ରେ ବନ୍ୟା ପାଣି ପଶିଯାଇଥିବା ସୂଚନା ମିଳିଛି।

ହଠାତ୍ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ନେପାଳ ସରକାର। ଏନେଇ ନେପାଳ ଗୃହମନ୍ତ୍ରୀ ତୁରନ୍ତ ଘଟଣା ସ୍ଥଳରେ ହେଲିକପ୍ଟର ମୁତୟନ କରି ନିଖୋଜ ଲୋକଙ୍କୁ ଖୋଜିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Spread the love