ଆଜି ମା କୁଷ୍ମାଣ୍ଡା ରୂପରେ ପୂଜା ପାଉଛନ୍ତି

ଆରମ୍ଭ ହୋଇଯାଇଛି ଜଗତଜନନୀ ମାଆ ଦୁର୍ଗାଙ୍କ ଶାରଦୀୟ ପୂଜା । ଆଜି ହେଉଛି ନବରାତ୍ରୀର ଚତୁର୍ଥ ଦିନ । ଘରେ ଘରେ ପୂଜା ପାଉଛନ୍ତି ଦୂର୍ଗତିନାଶିନୀ ମା’ ଦୂର୍ଗା । ମାଆଙ୍କ ଆଗମନରେ ସଜେଇ ହୋଇଛି ପୂଜା ମଣ୍ଡପ । ନଅଦିନ ବ୍ୟାପୀ ହେଉଥିବା ଏହି ପୂଜାରେ ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ । ନିଜ ଭକ୍ତ ମାନଙ୍କୁ ନଅଟି ରୂପରେ ଦର୍ଶନ ଦିଅନ୍ତି ମା’ ଜଗଦମ୍ବା । ପ୍ରଥମ ଦିନରେ ଶୈଳପୁତ୍ରୀ ଓ ଦ୍ଵିତୀୟ ଦିନରେ ବ୍ରହ୍ମଚାରିଣୀ, ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଇବା ପରେ ଆଜି ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡା ରୂପରେ ପୂଜା ପାଉଛନ୍ତି । ନବରାତ୍ରୀର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କର ବିଧିବିଧାନର ସହ ପୂଜାର୍ଚ୍ଚନା କରାଯାଏ । ମା’ଙ୍କ ଉପାସନା କଲେ ଜୀବନରେ ଆସୁଥିବା କଠିନରୁ କଠିନ ସଂଘର୍ଷ ସରଳ ହୋଇପଡେ । ମାନ୍ୟତା ରହିଛି ମା’ଙ୍କ ପୂଜା କଲେ ସର୍ବତ୍ର ସିଦ୍ଧି ଏବଂ ବିଜୟ ପ୍ରାପ୍ତ ହୋଇଥାଏ ।

ମା ମକୁଷ୍ମାଣ୍ଡାଙ୍କର ୮ଟି ଭୁଜ ରହିଛି। ଯେଉଁଥିରେ ମା କମଣ୍ଡଳ, ଧନୁ, ତୀର, ପଦ୍ମ, ଚକ୍ର, ଗଦା, ଜପାମାଳି ଧରିଛନ୍ତି। ଏହା ସହ ମାଙ୍କ ହାତରେ ଅମୃତ କଳସୀ ମଧ୍ୟ ରହିଛି। ବ୍ୟାଘ୍ର ଉପରେ ମା ବିରାଜମାନ କରିଥାନ୍ତି। ଆଜିର ଦିନରେ ମାଙ୍କୁ ମାଲପୁଆ ଭୋଗ ଲଗାଇ ଆରାଧନା କରାଯାଏ। ମା କୁଷ୍ମାଣ୍ଡାଙ୍କୁ ଏହି ଦିନ ନାଲି ରଙ୍ଗର ବସ୍ତ୍ର, ନାଲି କାନଫୁଲ, ନାଲି ଚୁଡି ଅର୍ପଣ କରାଯାଏ। ସେ ସ୍ଵୟଂ ଅନ୍ନପୂର୍ଣ୍ଣାଙ୍କ ସହ ସମାନ। ତାଙ୍କ ଶରୀରରୁ ସୂର‌୍ୟ୍ୟଙ୍କ କିରଣ ଭାନ୍ତି ଉର୍ଜା ବାହାରୁଥିବା ଦେଖାଯାଏ। ତାଙ୍କୁ ଆଦି ସ୍ଵରୂପା କୁହାଯାଏ। ସୂର‌୍ୟ୍ୟଙ୍କ ମଣ୍ଡଳ ଭିତରେ କେବଳ ମା ବାସ କରି ପାରନ୍ତି। ମାଙ୍କୁ ଆରାଧନା କରିବା ଦ୍ଵାରା ଭକ୍ତର ସମସ୍ତ ରୋଗ ଶୋକ ଦୂର ହୋଇଥାଏ।

Spread the love