ଆବଶ୍ୟକତା ଠାରୁ ଅଧିକ ଉଷୁମ ପାଣି ପିଉଥିଲେ

ମେଦବହୁଳତା ହ୍ରାସ କରିବା ଲାଗି ବର୍ତ୍ତମାନ ସକାଳୁ ଉଠି ଅନେକେ ଉଷୁମ ପାଣି ପିଉଥିବାର ଦେଖିବାକୁ ମିଳୁଛି। କେହି କେହି ଦିନ ମଧ୍ୟରେ ଏକାଧିକ ଥର ମଧ୍ୟ ଉଷୁମ ପାଣି ପିଉଛନ୍ତି, ଏମିତିକି ଶୀଘ୍ର ପତଳା ହୋଇଯିବା ପାଇଁ ଗରମ ପାଣି ପିଇବାକୁ ବି ପଛାଉ ନାହାନ୍ତି। ହେଲେ ଆପଣ ଜାଣନ୍ତିକି, ଆବଶ୍ୟକତାଠାରୁ ଅଧିକ ଉଷୁମ ପାଣି ପିଇବା ଦ୍ୱାରା ଆପଣଙ୍କ ପାଖରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ।ଆସନ୍ତୁ ଜାଣିବା –

 ରାତିରେ ଶୋଇବା ପୂର୍ବରୁ ଗରମ ପାଣି ପିଇବା ଦ୍ୱାରା ରକ୍ତବାହୀ କୋଷିକା ଉପରେ ଚାପ ପଡ଼ିଥାଏ, ଏମିତିକି କାହା କାହାଠାରେ ରକ୍ତଚାପ ମଧ୍ୟ ବଢ଼ିଥାଏ। ଏଣୁ ନିଦ୍ରାଜନିତ ସମସ୍ୟା ଦେଖାଦେଇଥାଏ।

 କିଡ୍‌ନୀ ଶରୀରକୁ ଆସୁଥିବା ଅତିରିକ୍ତ ପାଣି ଏବଂ ବିଷାକ୍ତ ପଦାର୍ଥକୁ ବାହାର କରିଥାଏ। ହେଲେ ଗରମ ପାଣି ପିଇବା ଦ୍ୱାରା ଏହାର ପାଣିକୁ ବିଶୁଦ୍ଧ କରିବା ପ୍ରକ୍ରିୟା ପ୍ରଭାବିତ ହୋଇଥାଏ।

 ଦେଖାଯାଏ, ଅନେକେ ଶୋଷ ନ ଲାଗୁଥିଲେ ବି ଏକ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଉଷୁମ ପାଣି ପିଇଥା’ନ୍ତି। ଏହାଦ୍ୱାରା ସ୍ନାୟୁ ଫୁଲିବା ସହ ମୁଣ୍ଡବିନ୍ଧା ଭଳି ବିଭିନ୍ନ ଲକ୍ଷଣ ଦେଖାଦେଇଥାଏ।

ଗରମ ପାଣି ପିଇଲେ ଓଠ ଜଳିଯିବା ସହ ପାଟି ଭିତର ଭାଗ ମଧ୍ୟ ପ୍ରଭାବିତ ହୋଇଥାଏ। କେବେକେବେ ଗରମ ପାଣି ବାଜି ସ୍ବାଦ ଗ୍ରନ୍ଥି ମଧ୍ୟ ଦୁର୍ବଳ ହୋଇଯାଏ। ଫଳସ୍ବରୂପ ପରବର୍ତ୍ତୀ ସମୟରେ ଖାଇବା ବେଳେ କଷ୍ଟ ଅନୁଭବ କରିବା କିମ୍ବା ସ୍ବାଦ ବାରି ନ ପାରିବା ଭଳି ସମସ୍ୟା ଉପୁଜିପାରେ।

Spread the love