୫ଜି ଟେକ୍ନୋଲୋଜି ବିକାଶ କଲେ ଓଡ଼ିଆ ଉଦ୍ୟୋଗୀ

ନୂଆଦିଲ୍ଲୀ : ବ୍ରିଟେନ୍‌ରେ ଅବସ୍ଥିତ ଓଡ଼ିଆ ଉଦ୍ୟୋଗୀ ଅରୁଣ କର ଗୋଟିଏ ପରେ ଗୋଟିଏ ବୈପ୍ଳବିକ ସଫଳତା ସହ ଓଡ଼ିଆଙ୍କୁ ଗର୍ବିତ କରିଛନ୍ତି।ସିଲଭର୍‌ଷ୍ଟୋନ୍‌ ରେସିଂ ସର୍କିଟ୍‌ ହେଉଛି ବ୍ରିଟେନ୍‌ର ଏକ ମୋଟର୍‌ ରେସିଂ ସର୍କିଟ୍‌, ଯେଉଁଠାରେ ଫର୍ମୁଲା ୧ ଏବଂ ମୋଟୋଜିପିର ବ୍ରିଟିଶ୍‌ ଗ୍ରାଣ୍ଡ ପ୍ରିକ୍ସ ପରି ରେସିଂ ଇଭେଣ୍ଟ ଅନୁଷ୍ଠିତ ହୋଇଥାଏ।ସେହି ସିଲଭର୍‌ଷ୍ଟୋନ୍‌ ରେସିଂ ସର୍କିଟ୍‌ରେ ଆୟୋଜିତ ବିଶ୍ୱର ସର୍ବବୃହତ୍‌ ମୋଟର୍‌ ରେସିଂର ଦର୍ଶକଙ୍କ ପାଇଁ ଅଭିଜ୍ଞ ସେନା ଅଧିକାରୀ ଓ ଉଦ୍ୟୋଗୀ ଏବଂ ତାଙ୍କର ବ୍ୟବସାୟିକ ସହଯୋଗୀ ଚିଣ୍ଟନ୍‌ ପାନାରା ନିକଟରେ ରିଅଲ୍‌ ଟାଇମ୍‌ ୫ଜି ଭିର୍ଚୁଆଲ୍‌ ରିଅଲିଟି ସଫ୍ଟ୍‌ୱେର୍‌ ବିକଶିତ ଏବଂ ଶିଳ୍ପାୟନ କରିଛନ୍ତି। ଆଗାମୀ ବର୍ଷରେ ପ୍ରମୁଖ କ୍ରୀଡା ସ୍ଥାନଗୁଡିକ କିପରି ସେମାନଙ୍କ ଦର୍ଶକଙ୍କ ପାରସ୍ପରିକ ସମ୍ପର୍କଙ୍କୁ ବଢାଇ ପାରିବେ ସେ ସମ୍ବନ୍ଧରେ ଏକ ଅବିଶ୍ୱସନୀୟ ଜ୍ଞାନ ପ୍ରଦାନ କରି, ସିଲ୍‌ଭର୍‌ଷ୍ଟୋନ୍‌ ଶିଳ୍ପପତି, ଏକ୍ସପଟ୍‌ନେସ୍ଟ (ଅରୁଣଙ୍କ କମ୍ପାନୀ) ଙ୍କ ସହଯୋଗରେ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ଏକ ବୈପ୍ଲବିକ ପ୍ରକଳ୍ପ ଆଣିଛନ୍ତି। ଟ୍ରାକ୍‌ସାଇଡ୍‌, ଗ୍ରାଣ୍ଡ୍‌ଷ୍ଟାଣ୍ଡ୍‌ କିମ୍ବା ଘର ସୋଫାରେ ବସି ଆପ୍‌ ମାଧ୍ୟମରେ ମୋବାଇଲ୍‌ ଫୋନ୍‌ରେ ରିଅଲ୍‌ ଆଇକନ୍‌ କାର୍‌ଗୁଡିକ ପ୍ରସିଦ୍ଧ ସିଲ୍‌ଭର୍‌ଷ୍ଟୋନ୍‌ ଗ୍ରାଣ୍ଡ୍‌ ପ୍ରିକ୍ସ ସର୍କିଟ୍‌ରେ ଦେଖିପାରିବେ। ଦର୍ଶକମାନେ ନିଜ ଫୋନ୍‌ କିମ୍ବା ଭିଆର୍‌ ହେଡ୍‌ସେଟକୁ ଚଲାଇ ଶୋ’ର ବିଭିନ୍ନ ଦିଗକୁ ଉପଭୋଗ କରିପାରିବେ ବୋଲି ଓଡ଼ିଆ ଉଦ୍ୟୋଗୀ ଅରୁଣ କର ଏବଂ ତାଙ୍କ ବ୍ୟବସାୟିକ ସହଯୋଗୀ ଏକ୍ସପଟ୍‌ନେସ୍ଟର ପ୍ରତିଷ୍ଠାତା ଚିଣ୍ଟନ୍‌ ପାନାରା କହିଛନ୍ତି। ଏଥିପାଇଁ, ୩୬୦-ଡିଗ୍ରୀ କ୍ୟାମେରାଗୁଡିକ ସିଲଭର୍‌ଷ୍ଟୋନ ପ୍ୟାଡ୍‌ଡକ୍‌ଏବଂ ସମଗ୍ର କାର୍ଯ୍ୟକ୍ରମରେ ରେସ୍‌ ଟ୍ରାକ୍‌ର କେନ୍ଦ୍ରୀୟ ଭାବରେ ସ୍ଥାନିତ ହୋଇଥିଲା। ଏକ ପୋର୍ଟେବଲ୍‌ ପୂର୍ଣ୍ଣ ୫ଜି ନେଟ୍‌ୱର୍କ, ଲାଇଭ୍‌ ଫୁଟେଜ୍‌ର ଏକ ଆକ୍ଟିଭେସନ୍‌ ଅଞ୍ଚଳରେ ଏବଂ ଆପ୍‌ ମାଧ୍ୟମରେ ମୋବାଇଲ୍‌ ଫୋନ୍‌ କିମ୍ବା ଭିଆର୍‌ ହ୍ୟାଣ୍ଡ୍‌ହେଲ୍ଡ୍‌ ଡିଭାଇସ୍‌ ମାଧ୍ୟମରେ ସର୍ବଭାରତୀୟ ସ୍ତରରେ ଉପଲବ୍ଧ ହୋଇପାରିଥିଲା। ‘ଦି କ୍ଲାସିକ୍‌’ ପରିଦର୍ଶକମାନେ ମଧ୍ୟ ତିନି ଦିନିଆ କାର୍ଯ୍ୟକ୍ରମରେ ଉପଲବ୍ଧ ଭିଆର୍‌ ହେଡ୍‌ସେଟ୍‌ରେ ରେସିଂ ଦେଖିବାର ସୁଯୋଗ ପାଇଥିଲେ। ଅରୁଣ କର ଡ. ମନୋରଞ୍ଜନ କର (ଓୟୁଏଟିର ପୂର୍ବତନ କୁଳପତି) ଏବଂ ରଶ୍ମୀରେଖା କରଙ୍କ ପୁତ୍ର। ସେ ନେଷ୍ଟ ଗ୍ରୁ୍ରପ୍ରର ସହ ପ୍ରତିଷ୍ଠାତା, ଯେଉଁଥିରେ ସୁଚନା ପ୍ରଯୁକ୍ତିବିଦ୍ୟା ଏବଂ ପରିବେଶ ନିରନ୍ତରତାରେ ବିଶେଷଜ୍ଞ ଥିବା ମଲ୍ଟିନ୍ୟାଶ୍‌ନାଲ୍‌ ଡିଜିଟାଲ୍‌ ଆଣ୍ଡ୍‌ ଟେକ୍ନୋଲୋଜି ଇନୋଭେଶନ୍‌ କମ୍ପାନୀ (ଏକ୍ସପର୍ଟ୍‌ନେସ୍ଟ) ସହ ପାଟି ସହାୟକ କମ୍ପାନୀ ରହିଛି।

Spread the love