ଟାଟା ଷ୍ଟିଲ୍‌ର ଖଣ୍ଡବନ୍ଧ ଖଣି ସମ୍ମାନିତ

ଭୁବନେଶ୍ୱର  : ଦେଶର ପ୍ରମୁଖ ବାଣିଜ୍ୟିକ ସଂସ୍ଥା ଟାଟା ଷ୍ଟିଲର କେନ୍ଦୁଝର ଜିଲ୍ଲା ଯୋଡ଼ାସ୍ଥିତ ଖଣ୍ଡବନ୍ଧ ଲୌହ ଓ ମାଙ୍ଗାନିଜ ଖଣିକୁ ବିଶେଷକରି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ (ଓଏସ୍‌ପିସିବି)ର ୩୯ତମ ପ୍ରତିଷ୍ଠା ଦିବସ ଅବସରରେ ଓଏସ୍‌ପିସିବି ପକ୍ଷରୁ ‘ଖଣି’ ବର୍ଗରେ ମର୍ଯ୍ୟାଦାଜନକ ‘ପ୍ରଦୂଷଣ ନିୟନ୍ତ୍ରଣ ଉତ୍କର୍ଷ ପୁରସ୍କାର-୨୦୨୨’ରେ ଟାଟା ଷ୍ଟିଲକୁ ସମ୍ମାନିତ କରାଯାଇଛି। ଏହି ଅବସରରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବ ସୁଶାନ୍ତ ନନ୍ଦ ଏବଂ ଓଏସ୍‌ପିସିବିର ସଚିବ ସଦସ୍ୟ କେ. ମୁର୍ଗେସନ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଖଣ୍ଡବନ୍ଧ ମାଇନିଂ ଅପରେସନ୍ସ ବିଭାଗ ମୁଖ୍ୟ ଶୁଭ୍ରାଂଶୁ ଶେଖର ମିଶ୍ର ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କଠାରୁ ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ।

Spread the love