ରାମ ଓ ଶ୍ୟାମ ତୁଳସୀରେ ପ୍ରଭେଦ କ’ଣ, ଜାଣନ୍ତୁ ଘରେ ଲଗାଇବେ କେଉଁ ତୁଳସୀ?

ଶାସ୍ତ୍ରରେ ତୁଳସୀର ବିଶେଷ ମହତ୍ୱ ରହିଛି। ତୁଳସୀ ଦୁଇ ପ୍ରକାରର ରାମା ଓ ଶ୍ୟାମା ତୁଳସୀ। ଜାଣନ୍ତିକି ଏହି ଦୁଇ ତୁଳସୀରେ ଅନ୍ତର କ’ଣ? ଶ୍ୟାମା ତୁଳସୀ ପତ୍ର ଗଭୀର ସବୁଜ ରଙ୍ଗ କେବେ କେବେ ବାଇଗଣୀ ରଙ୍ଗରେ ଦେଖାଯାଏ। ଶ୍ୟାମା ତୁଳସୀକୁ ଶ୍ରୀକୃଷ୍ଣ ବହୁତ ପସନ୍ଦ କରନ୍ତି। କୁହନ୍ତି ଏହାର ପତ୍ର ଶ୍ରୀକୃଷ୍ଣଙ୍କ ରଙ୍ଗପରି। କାହ୍ନାଙ୍କ ଗୋଟିଏ ନାମ ଶ୍ୟାମ। ଏଣୁ ତୁଳସୀକୁ ଶ୍ୟାମା ତୁଳସୀ ବୋଲି କୁହାଯାଏ। ରାମତୁଳସୀ ପରି ଏହାର ପତ୍ର ଏତେ ମିଠା ନୁହେଁ।

ଅନ୍ୟପକ୍ଷରେ ରାମା ତୁଳସୀର ପତ୍ର ସବୁଜ ରଙ୍ଗର। କୁହାଯାଏ ରାମ ତୁଳସୀର ଅତି ପ୍ରିୟ ଥିଲେ। ଏଣୁ ତୁଳସୀକୁ ରାମଙ୍କ ସହ ଯୋଡି ରାମ ତୁଳସୀ ବୋଲି କୁହାଯାଏ। ରାମ ତୁଳସୀର ପତ୍ର ମିଠା। ଏହାକୁ ଘରେ ଲଗାଇଲେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ପୂଜାପାଠରେ ରାମା ତୁଳସୀର ଉପଯୋଗ ହୋଇଥାଏ।

ଶାସ୍ତ୍ରାନୁସାରେ ଉଭୟ ଶ୍ୟାମା ଓ ରାମା ତୁଳସୀର ମହତ୍ୱ ରହିଛି। ଏଣୁ ଉଭୟ ତୁଳସୀ ଘରେ ଲାଗିଥାଏ। ତେବେ ଅଧିକାଂଶ ଘରେ ଲୋକେ ରାମା ତୁଳସୀ ଲଗାଇଥାନ୍ତି। କୁହାଯାଏ ଏହି ତୁଳସୀ ଉନ୍ନତିର ମାର୍ଗ ଉନ୍ମୁକ୍ତ କରେ। ଯଦି ଘର ଅଗଣାରେ ତୁଳସୀ ଗଛ ଲଗାଇବାର ଥାଏ ତେବେ ଗୁରୁବାର, ଶୁକ୍ରବାର ଓ ଶନିବାରକୁ ଶୁଭ ମନେ କରାଯାଏ।

ଗୁରୁବାର ତୁଳସୀ ଗଛ ଲଗାଗଲେ ଭଗବାନ ବିଷ୍ଣୁଙ୍କ କୃପା ବୃଷ୍ଟି ହୁଏ। ଏଥିରେ ଯଦି ଶନିବାର ତୁଳସୀ ବୃକ୍ଷରୋପଣ କରାଯାଏ ଘର ଓ ପରିବାରର ଧନ ସମ୍ପର୍କିତ ସମସ୍ୟା ଦୂର ହୋଇଥାଏ। ତେବେ ଏକାଦଶୀ, ରବିବାର, ସୋମବାର, ବୁଧବାର ଓ ଗ୍ରହଣ ଦିନରେ ତୁଳସୀ ଗଛ ଲଗାଯାଏନି। ଏହି ଦିନମାନଙ୍କରେ ତୁଳସୀ ଲଗାଇଲେ ଅଶୁଭ ହୋଇଥାଏ। କେବଳ ଏହି ଦିନରେ ତୁଳଶୀ ବୃକ୍ଷ ରୋପଣ ନୁହେଁ ତୁଳସୀର ପତ୍ର ଓ ମଞ୍ଜରୀ ତୋଳିବା ମଧ୍ୟ ନିଷେଧ।

Spread the love