ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଦୁଇ ଆତଙ୍କୀ, AK-୪୭ ସହ ବିସ୍ଫୋରକ ଜବତ

କାଶ୍ମୀର: କାଶ୍ମୀରର ସମ୍ଭାଗ ଜିଲ୍ଲାର କୁପୱାଡାର ମାଛିଲ ସେକ୍ଟର ଏଲଏସି ନିକଟରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ଏଲଏସିରେ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷାକର୍ମୀ ପଣ୍ଡ କରିଛନ୍ତି । ନିୟନ୍ତ୍ରଣ ରେଖା ନିକଟରେ ଦୁଇ ଆତଙ୍କୀ ସେନା ଗୁଳିରେ ଟଳିଛନ୍ତି। ଘଟଣାସ୍ଥଳରୁ ଦୁଇଟି ଏକେ ୪୭ ରାଇଫଲ ଏବଂ ଅନ୍ୟ ହତିଆର ଜବତ କରାଯାଇଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଅନ୍ୟପଟେ ଦୁଇ ଆତଙ୍କବାଦୀଙ୍କ ପରିଚୟ ଜଣାପଡି ନାହିଁ ।

ଏହା ପୂର୍ବରୁ ଶନିବାର ରାତିରେ ଦକ୍ଷିଣ କାଶ୍ମୀରର ପୁଲୱାମାରେ ଦୁଇ ପ୍ରବାସୀ ଶ୍ରମିକଙ୍କୁ  ଆତଙ୍କୀମାନେ ଗୁଳି କରିଥିଲେ। ଗୁଳିମାଡରେ ଆହତ ଦୁଇ ପ୍ରବାସୀ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଦୁଇ ଶ୍ରମିକ ବିହାରର ହୋଇଥିବା ଜଣାପଡିଛି। ଦୁହେଁ କାମ କରି ଘରକୁ ଫେରିବା ସମୟରେ ରାସ୍ତାରେ ଆତଙ୍କୀମାନେ ତାଙ୍କୁ ଟାର୍ଗେଟ କରିଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁହିଁଙ୍କୁ ପୋଲିସ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା।

Spread the love