ୱାପକୋସ ଲିମିଟେଡ୍ ଆଣୁଛି ଆଇପିଓ

ନୂଆଦିଲ୍ଲୀ : ସରକାର ଖୁବଶୀଘ୍ର ୱାପକୋସ ଲିମିଟେଡ୍ (WAPCOS Limited)  କମ୍ପାନିର ଆଇପିଓ ଆଣିବାକୁ ପ୍ରସ୍ତୁତି କରୁଛନ୍ତି । ଜଳଶକ୍ତି ମନ୍ତ୍ରଣାଳୟର ଅଧିନରେ ଆସୁଥିବା ୱାପକୋସ ଲିମିଟେଡ୍ ନିଜର ଆଇପିଓ ପାଇଁ ମାର୍କେଟ ରେଗୁଲେଟର ସେବି ନିକଟରେ ପ୍ରାରମ୍ଭିକ ପେପର୍ସ ଦାଖଲ କରିଛି । ଏହି ଇଶ୍ୟୁ ସମ୍ପୂର୍ଣ୍ଣ ରୂପେ ସରକାରଙ୍କ ପକ୍ଷରୁ ଅଫର୍ ଫର ସେଲ୍ ଅଟେ । ଏହି ଇଶ୍ୟୁରେ ସରକାର ୧୦ ଟଙ୍କାର ଫେସ୍ ଭେଲ୍ୟୁ ଥିବା ୩.୨୫ କୋଟି ଯାଏଁ ସେୟାର ବିକ୍ରି କରିବେ।ଆଇପିଓ ଜରିଆରେ କ୍ୱାଲିଫାଇଡ୍ ଇନଷ୍ଟିଚ୍ୟୁସନାଲ ବାୟର୍ସଙ୍କ ପାଇଁ ୫୦ ପ୍ରତିଶତରୁ ଅଧିକ ବଣ୍ଟନ ହେବ ନାହିଁ । ଅନ୍ୟପଟେ ଖୁଚୁରା ନିବେଶକଙ୍କ ପାଇଁ ୩୫ ପ୍ରତିଶତରୁ ଅଧିକ ଆବଣ୍ଟନ ଉପଲବ୍ଧ ହେବ ନାହିଁ । ଗତ ପାଞ୍ଚ ଦଶନ୍ଧିରୁ ୱାପକୋସ ଏବଂ ଏହା ଅଧିନରେ ଥିବା କମ୍ପାନି ଭାରତ ଏବଂ ବିଦେଶରେ(ମୁଖ୍ୟତଃ ଦକ୍ଷିଣ ଏସିଆ ଏବଂ ଆଫ୍ରିକା)ରେ ଜଳ, ଶକ୍ତି ଏବଂ ଭିତ୍ତିଭୂମି ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପରେ କନସଲଟେନ୍ସି ସର୍ଭିସ ଯୋଗାଇଥାଏ। ବର୍ତ୍ତମାନ ସମୟରେ ୱାପକୋସ ଲିମିଟେଡର ୩୦ ଦେଶରେ ବିଭିନ୍ନ ପ୍ରକଳ୍ପ ଚାଲୁ ରହିଛି । ଏହାସହ ୪୫୫ରୁ ଅଧିକ ବିଦେଶୀ ପ୍ରକଳ୍ପ ସହ ଜଡିତ ରହିଛି ।

Spread the love