ମହାଷଷ୍ଠୀରେ ଭିଜିବ ଉପକୂଳ

ଭୁବନେଶ୍ୱର ୩୦/୦୯: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗୁରୁବାରଠାରୁ ବର୍ଷା ଆରମ୍ଭ ହୋଇଛି । ଉପକୂଳ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାରେ ବର୍ଷା ହେବ । ସମ୍ଭାବ୍ୟ ଲଘୁଚାପ ଯୋଗୁ ୧ ତାରିଖରୁ ବର୍ଷା ପରିମାଣ ବଢିଯିବ । ୩ ଯାଏ ବର୍ଷା ଜାରି ରହିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ ଦେଇଛି । ତେବେ ଶାରଦୀୟ ପୂଜା ମହାଷଷ୍ଠୀରେ ଭିଜିବ ଉତ୍ତର ଉପକୂଳ ଓଡିଶା । ମହାସପ୍ତମୀରେ ସମ୍ପୂର୍ଣ୍ଣ ଉପକୂଳରେ ବର୍ଷା ହେବ । ଏହାସହ ମହା ଅଷ୍ଟମୀରେ ପୁରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ପାଇଁ ଚେତାବନୀ ଜାରି ହୋଇଛି । ସେହିଭଳି ଆଜି ମଧ୍ୟ ଉତ୍ତର ଓ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୧ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ଲଘୁଚାପ ରୂପ ନେଇପାରେ । ଏହାର ପ୍ରଭାବରେ ୧ ଓ ୨ ତାରିଖରେ ପ୍ରବଳ ବର୍ଷିବ ।

Spread the love