ଉପନିର୍ବାଚନ ପାଇଁ ଆମ ଦଳ ସବୁବେଳେ ପ୍ରସ୍ତୁତ, ଖୁବଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା ହେବ – ଜୟନାରାୟଣ ମିଶ୍ର

ଭୁବନେଶ୍ୱର ୦୩।୧୦ :  ଉପନିର୍ବାଚନ ପାଇଁ ଆମ ଦଳ ସବୁବେଳେ ପ୍ରସ୍ତୁତ । ସେମି ଫାଇନାଲ ଆମେ ଖେଳିବୁ ଫାଇନାଲ  ବି ଆମେ ଖେଳିବୁ ।ଧାମନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପ୍ରସଙ୍ଗରେ ଏପରି କହିଛନ୍ତି ବିରୋଧୀ ଦଳନେତା ଜୟନାରାୟଣ ମିଶ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଜେପି ବିଜେଡିକୁ ଛାଡି ଆଉ କେଉଁ ଦଳ ଅଛି କି ? ପ୍ରାକ୍ଟିସ ମ୍ୟାଚ ବି ଆମେ ଜିତିବୁ, ଫାଇନାଲ ମ୍ୟାଚ ବି ଜିତିବୁ । ଉପନିର୍ବାଚନ ପାଇଁ ବିଜେପି ପୁରା ପ୍ରସ୍ତୁତ ରହିଛି । ଧାମନଗର ଲୋକଙ୍କର ବିଷ୍ଣୁ ସେଠୀଙ୍କ ପ୍ରତି ଭଲ ପାଇବା ଯେତିକି ରହିଛି । ବିଜେପି ପ୍ରତି ବି ଭଲ ପାଇବା ସେତିକି ରହିଛି । ସେଇଟା ହିଁ ବଜାୟ ରହିବ । ଖୁବଶୀଘ୍ର ବୈଠକ ବସିବ । ପ୍ରାର୍ଥୀଙ୍କ ନାମ ସୁପାରିଶ କରାଯିବ ଦଳ । ଧାମନଗରରେ କିଏ ପ୍ରାର୍ଥୀ ହେବେ, ସେନେଇ କେନ୍ଦ୍ରୀୟ କମିଟି ଚୁଡାନ୍ତ ପ୍ରାର୍ଥୀ ଘୋଷଣା କରିବେ।

Spread the love