ଗ୍ୟାସ୍ ପାଇଁ ପେଟ ବଢିବା ନେଇ ଚିନ୍ତିତ ଅଛନ୍ତି କି ?

ଦିନକୁ ଦିନ ଅନେକ ଲୋକଙ୍କ ସ୍ବାସ୍ଥ୍ୟ ଗତ ସମସ୍ୟା ବଢ଼ିବାରେ ଲାଗିଛି। ଯାହାପାଇଁ ଅଧିକ ଲୋକ ବିଭିନ୍ନ ପ୍ରକାର ଔଷଧ ସେବନ କରୁଛନ୍ତି। କିନ୍ତୁ ଏହି ଔଷଧ ଆପଣଙ୍କ ଶରୀର ପାଇଁ ବିଷ ସଦୃଶ ହୋଇପାରେ। ଆଜିକାଲି ଅଧିକ ଗ୍ୟାସ ଜନିତ ପେଟ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ତେବେ ପେଟ ସମସ୍ୟା ଖାସ କରି ଗ୍ୟାସ୍ ପାଇଁ ହିଁ ହେଉଛି, ଯାହାପାଇଁ ପେଟ ଫୁଲୁଛି। ବେଳେ ବେଳେ ମାସିକ ଋତୁସ୍ରାବ ପାଇଁ ମଧ୍ୟ ପେଟ ଫୁଲିଥାଏ କିନ୍ତୁ ଆପଣ ଏହାକୁ ଘରୋଇ ଉପଚାର କରି ପାରିବେ।

ତେବେ ପେଟରେ ଗ୍ୟାସ୍ ହେବାର ଅନେକ କାରଣ ରହିଥାଏ, ଯାହାକି ଆପଣଙ୍କୁ ଅସୁବିଧାରେ ପକାଇପାରେ। ଯଦି ଏହାର ଠିକ୍ ସମୟରେ ଉପଚାର ହୋଇନପାରେ ଏହା ବଡ଼ ରୋଗର କାରଣ ହୋଇପାରେ। ତେବେ ପେଟ ଫୁଲିବାର ମଧ୍ୟ ଅନେକ କାରଣ ଥାଇପାରେ। ଗ୍ୟାସ୍, ଖାଦ୍ୟପେୟରେ ଅସୁବିଧା ଇତ୍ୟାଦି। ଏଥିପାଇଁ ଆପଣ କିଛି ହୋମ ରେମେଡିଜ୍ ଟ୍ରାଏ କରନ୍ତୁ।

ଲେମ୍ବୁ ପାଣି:
ପେଟର ଯେକୌଣସି ଅସୁବିଧା ପାଇଁ ଆପଣ ଲେମ୍ବୁ ପାଣି ପିଇ ପାରିବେ। କାରଣ ଏଥିରେ ସାଇଟ୍ରିକ ଏସିଡ୍ ରହିଥାଏ, ଯାହା ପେଟ ଯନ୍ତ୍ରଣା ପାଇଁ ଲାଭ ଦାୟକ। ପାଣିରେ ଲେମ୍ବୁ ରସ ଓ ଲୁଣ ମିଶାଇ ପିଇଲେ ଏହା ପେଟ ଯନ୍ତ୍ରଣାରୁ ମୁକ୍ତି ଦେବ।

ଏଲୋବେରା:

ଘି କୁଆଁରୀ ବା ଏଲୋବେରାରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ରହିଛି। ଏହାକୁ ପାଣିରେ ମିଶାଇ ପିଇ ପାରିବେ।

ପଇଡ଼ ପାଣି:

ପେଟ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଆପଣ ପଇଡ଼ ପାଣି ମଧ୍ୟ ପିଇ ପାରିବେ। ଏଥିରେ ଆଣ୍ଟିଇନ୍ଫ୍ଲେମେଟୋରି ଓ ବିଭିନ୍ନ ଭିଟାମିନ ତତ୍ତ୍ଵ ରହିଛି। ତେଣୁ ଆପଣ ପଇଡ଼ ପାଣି ମଧ୍ୟ ପିଇ ପାରିବେ।

ଜିଞ୍ଜର ଟି:
ପେଟ ଜନିତ କୌଣସି ସମସ୍ୟା ଥିଲେ ଆପଣ ଘରେ ଅଦା ଚା’ ବା ଜିଞ୍ଜର ଟି’ ତିଆରି କରି ମଧ୍ୟ ପିଇ ପାରିବେ। କାରଣ ଏଥିରେ ମଧ୍ୟ ଆଣ୍ଟିଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି। ଗୋଡ଼ ହାତ ବିନ୍ଧୁଥିଲେ ମଧ୍ୟ ଆପଣ ଜିଞ୍ଜର ଟି’ ତିଆରି କରି ପିଇ ପାରିବେ।

ଜୁଆଣି ଓ ପାନମଧୁରୀ: ଅଧିକ ଗ୍ୟାସ୍ ଥିଲେ ଓ ପେଟ ଫୁଲିଥିଲେ ଆପଣ ଜୁଆଣି ପାଣି ମଧ୍ୟ ପିଇ ପାରିବେ। ଆପଣ ପାନମଧୁରୀ ଚା’ କରି ମଧ୍ୟ ତାହାକୁ ପିଇ ପାରିବେ।
ଗୁଡ଼: ଏଥିରେ ଅଧିକ ମାତ୍ରାରେ ପୋଟାସିୟମ ଓ ଲୋ ସୋଡ଼ିୟମ ରହିଛି। ଏହା ଏସିଡକୁ ବାଲାନ୍ସ କରେ। ଶରୀରରେ ଥିବା କୋଷକୁ ମଜବୁତ୍ କରେ।

କଦଳୀ: କଦଳୀରେ ଭିଟାମିନ ବି୬ ଭରପୁର ପରିମାଣରେ ରହିବା ସହିତ ପୋଟାସିୟମ ମଧ୍ୟ ରହିଛି। ପେଟ ଓ କିଡନୀ ଜନିତ ସମସ୍ୟା ହେଲେ କଦଳୀ ଖାଇବା ଉଚିତ୍।

Spread the love