ଏହି ୪ ନାମର ଯୁବତୀ ଶାଶୁଘର ପାଇଁ ହୋଇଥାନ୍ତି ଭାଗ୍ୟଶାଳୀ

ହିନ୍ଦୁ ଧର୍ମରେ ଅଧିକାଂଶ ଲୋକଙ୍କ ନାମ ତାଙ୍କର ଜନ୍ମରାଶି ଅନୁସାରେ ରଖାଯାଇଥାଏ। କାରଣଟି ହେଲା ରାଶି ଆଧାରରେ ରଖାଯାଇଥିବା ନାମର ପ୍ରଭାବ ଅଧିକ। କୁହାଯାଏ ନାମର ପ୍ରଥମ ଅକ୍ଷର ଆମ ଜୀବନକୁ ବିଶେଷ ଭାବେ ପ୍ରଭାବିତ କରିଥାଏ। ଏଥିଲାଗି ନା ରଖିବା ସମୟରେ ବିଶେଷ ଧ୍ୟାନ ଦିଆଯାଇଥାଏ। ଆଜି ଆମେ ଆପଣଙ୍କୁ କିଛି ଏଭଳି ଅକ୍ଷର ବିଷୟରେ କହିବୁ ଯେଉଁଥିରେ ନାଁ ଆରମ୍ଭ ହୋଇଥିବା ଯୁବତୀମାନେ ଶାଶୁଘର ଲୋକଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।

B : ଯେଉଁ ଯୁବତୀଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ। ଏମାନେ ଯେଉଁ ଘରେ ପାଦ ରଖନ୍ତି ସେହି ଘରେ କୌଣସି ଜିନିଷର ଅଭାବ ନ ଥାଏ। ଏମାନେ ବହୁତ ପାରିବାରିକ ହୋଇଥାନ୍ତି। ନିଜ ଘର ତଥା ପରିବାରଲୋକଙ୍କୁ ଖୁସି କରିବାକୁ ଯଥାସମ୍ଭବ ଚେଷ୍ଟା କରିଥାନ୍ତି।

E :  ଯେଉଁ ଯୁବତୀଙ୍କ ନାମ ଇ ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କ ବିଶେଷ କୃପା ରହିଥାଏ। ଏମାନେ ସର୍ବଦା ପରିବାରକୁ ସାଙ୍ଗରେ ନେଇ ଚାଲିଥାନ୍ତି। ସେମାନଙ୍କୁ ଖୁସିରେ ରଖିବାକୁ ସମସ୍ତ ପ୍ରଚେଷ୍ଟା କରିଥାନ୍ତି। କୁହାଯାଏ ଯେଉଁ ଯୁବକଙ୍କ ସହ ଏମାନଙ୍କର ବିବାହ ହୋଇଥାଏ ସେମାନଙ୍କ ଭାଗ୍ୟ ଚମକେ।

L : ଯେଉଁ ଯୁବତୀଙ୍କ ନାମ ଏଲ ଅକ୍ଷରରୁ ଆରମ୍ଭ ହୋଇଥାଏ ସେ ବହୁତ ଭାଗ୍ୟବାନ ହୋଇଥାନ୍ତି। ଏମାନେ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି। ବହୁତ ବଡ଼ଲୋକ ଘରେ ଏମାନଙ୍କର ବିବାହ ହୋଇଥାଏ। ଏମାନେ ନିଜର ବ୍ୟବହାରରେ ସମସ୍ତଙ୍କ ହୃଦୟ ଜିତିଥାନ୍ତି। ଶାଶୁଘର ଲୋକଙ୍କ ପାଇଁ ଏମାନେ ଲକ୍ଷ୍ମୀ ସ୍ବରୂପ ଥାନ୍ତି।

K : ଯେଉଁ ଯୁବତୀଙ୍କ ନାମ କେ ଅକ୍ଷରରୁ ଆରମ୍ଭ ହୋଇଥାଏ ତାଙ୍କ ଉପରେ ଦେବୀ ଲକ୍ଷ୍ମୀଙ୍କ ବିଶେଷ କୃପା ଥାଏ। ସେ ନିଜର ଶାଶୁଘରକୁ ଧନଧାନ୍ୟରେ ପୂର୍ଣ୍ଣ କରିଦେଇଥାନ୍ତି।  ସମସ୍ତଙ୍କୁ ଖୁସି ରଖିବାକୁ ଚେଷ୍ଟା କରିଥାନ୍ତି। କୁହାଯାଏ ଯେଉଁ ଯୁବକଙ୍କ ସହ ଏହି ଯୁବତୀଙ୍କ ବିବାହ ହୁଏ ସେ ତାଙ୍କ ପାଇଁ ଭାଗ୍ୟଶାଳୀ ପାଲଟନ୍ତି।

Spread the love