ଜ୍ଞାନବ୍ୟାପୀ ମାମଲା: ଅକ୍ଟୋବର ୧୧କୁ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ: ଅକ୍ଟୋବର ୧୧ ତାରିଖକୁ ଘୁଞ୍ଚିଲା ଜ୍ଞାନବ୍ୟାପୀ ମାମଲାର ଶୁଣାଣି। ଶୁକ୍ରବାର ବାରାଣସୀ କୋର୍ଟ ମାମଲାକୁ ଅକ୍ଟୋବର ୧୧ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ମସ୍‌ଜିଦ୍‌ର  କାର୍ବନ ଡେଟିଂ କରାଇବାକୁ କୋର୍ଟରେ ଆବେଦନ କରାଯାଇଛି। ମସ୍‌ଜିଦ୍‌ୱର ୱଜୁଖାନାରେ ଶିବ ଲିଙ୍ଗ ଥିବା ହିନ୍ଦୁପକ୍ଷ ଦାବି କରିଛି। ଅନ୍ୟ ପକ୍ଷରେ ମୁସଲମାନ ପକ୍ଷ କହୁଛି ତାହା ଶିବଲିଙ୍ଗ ନୁହେଁ ଜଳ ଫୁଆରା। ମାମଲା ବିବାଦରେ ରହିଥିବାରୁ କୋଟ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୪ ହିନ୍ଦୁ ମହିଳା ଜ୍ଞାନବ୍ୟାପୀ ମସ୍‌ଜିଦକୁ ନେଇ ବୈଜ୍ଞାନିକ ଯାଞ୍ଚ କରାଇବାକୁ ଦାବି କରିଛନ୍ତି। ତେବେ କୋର୍ଟ ଜ୍ଞାନବ୍ୟାପୀ ଶ୍ରୀଙ୍ଗାର ଗୌରୀ ମାମଲାରେ ସେପ୍ଟେମ୍ବର ୨୯ ତାରିଖରେ ରାୟ ସ୍ଥଗିତ ରଖିଥିଲେ। ଶୁଣାଣି ଆଜି କରିବାର ଥିଲା। ହେଲେ ମାମଲା ପୁଣି ୧୧ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି।କାର୍ବୋନ ଡେଟିଂ ହେଉଛି ଏକ ବୈଜ୍ଞାନିକ ପ୍ରକ୍ରିୟା ଯେଉଁଥିରେ ପ୍ରତ୍ନତାତ୍ତ୍ୱିକ ନିର୍ମାଣର ସମୟ ଜଣାପଡ଼ିଥାଏ। ଜ୍ଞାନବ୍ୟାପୀରେ ହିନ୍ଦୁ ପକ୍ଷ ଯାହାକୁ ଶିବଲଙ୍ଗି ବୋଲି ଦାବି କରୁଛନ୍ତି ତାହାର କାର୍ବନ ଡେଟିଂ କରାଇବାକୁ ସେପ୍ଟେମ୍ବର ୨୨ ତାରିଖରେ ହିନ୍ଦୁ ପକ୍ଷ କୋର୍ଟରେ ଦାବି କରିଥିଲେ। ଏହାକୁ ମୁସଲମାନ ପକ୍ଷ ଅଞ୍ଜୁମନ ଇନାଜାନିୟା ମସଜିଦ୍ କମିଟି ପକ୍ଷରୁ ବିରୋଧ କରାଯାଇଥିଲା। ତା ସହ ହିନ୍ଦୁ ରାଖି ସିଂହ ନାମକ ଜଣେ ହିନ୍ଦୁ ପକ୍ଷରୁ ମଧ୍ୟ ଏହାକୁ ବିରୋଧ କରାଯାଇଥିଲା। କାର୍ବନ ଡେଟିଂ ନିର୍ମାଣକୁ କ୍ଷତି ପହଞ୍ଚାଇବ ବୋଲି ଦାବି କରି ରାଖି ସିଂହ ଓକିଲ ପକ୍ଷରୁ କୋର୍ଟରେ ଆବେଦନ ହୋଇଛି।    

Spread the love