କୁମାର ପୂର୍ଣ୍ଣିମା ସହ ଭଗବାନ ଶ୍ରୀକୃଷ୍ଣଙ୍କ ରହିଛି ଗଭୀର ସମ୍ପର୍କ, ମନ ମୁତାବକ ପ୍ରେମ ପାଇବା ପାଇଁ କରନ୍ତୁ ଏହି ଉପାୟ
ଶରତ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମାରେ ଚନ୍ଦ୍ର ୧୬ କଳାରେ ଯୁକ୍ତ ହୋଇଥାନ୍ତି । ଏହି ଦିନ ମା’ ଲକ୍ଷ୍ମୀଙ୍କ ବିଶେଷ ପୂଜା ହୋଇଥାଏ । ଏହି ଦିନ ବା ଶରତ ପୂର୍ଣ୍ଣିମା ସହ ଶ୍ରୀକୃଷ୍ଣଙ୍କର ଗଭୀର ସମ୍ପର୍କ ରହିଛି । ଏହି ଦିନ ଶ୍ରୀକୃଷ୍ଣ ୧୬ ହଜାର ଗୋପୀଙ୍କ ଇଚ୍ଛା ପୂର୍ଣ୍ଣ କରିବା ପାଇଁ ସେମାନଙ୍କ ସହିତ ପୁରା ରାତି ନୃତ୍ୟ କରିଥିଲେ । ଯାହାକୁ ମହାରାସ କୁହାଯାଏ । କୁହାଯାଏ ଏହି ଦିନ କିଛି ବିଶେଷ ଉପାୟ କରିବା ଦ୍ୱାରା ମନ ଚାହୁଁଥିବା ପ୍ରେମ ଓ ଜୀବନ ସାଥୀ ମିଳିଥାନ୍ତି । ଆସନ୍ତୁ ଜାଣିବା ଶରତ ପୂର୍ଣ୍ଣିମାରେ କିଛି ଖାସ ଉପାୟ ଓ ଏହାର ମହତ୍ୱ ।
ଶରତ ପୂର୍ଣ୍ଣିମା ମହତ୍ୱ :
– ଶ୍ରୀକୃଷ୍ଣଙ୍କ ସବୁ ଲୀଳାକୁ ରାସ କୁହାଯାଏ । ଶରତ ପୂର୍ଣ୍ଣିମାରେ ଯମୁନା ନଦୀ କୂଳରେ ଥିବା ବଂଶୀ ବଟରେ କାହ୍ନାଜୀ ପୁରା ରାତି ନୃତ୍ୟ କରିଥିଲେ,ଯାହାକୁ ମହାରାସ କୁହାଯାଏ ।
– ଶାସ୍ତ୍ର ଅନୁସାରେ ଏହି ମହାରାସର ମହତ୍ୱ ଏତେ ଅଦ୍ଭୁତ ଯେ ଚନ୍ଦ୍ରମା ବି ଏହାକୁ ଦେଖିବା ପାଇଁ ନିଜର ଗତିକୁ ସ୍ଥିର କରିଦେଇଥିଲେ । ଫଳରେ କେତେ ମାସ ଧରି ସକାଳ ହୋଇନଥିଲା ।
– କୁହାଯାଏ ଶ୍ରୀକୃଷ୍ଣଜୀ ଏହି ରାତିକୁ ବ୍ରହ୍ମାଜୀଙ୍କ ରାତି ଭଳି ଲମ୍ବା କରିଦେଇଥିଲେ । ପୁରାଣ ଅନୁଯାୟୀ ବ୍ରହ୍ମାଙ୍କ ରାତି ମନୁଷ୍ୟଙ୍କ କୋଟିଏ ରାତି ସହ ସମାନ ।
ମନ ମୁତାବକ ପ୍ରେମ ପାଇବା ପାଇଁ କରନ୍ତୁ ଏହି ଉପାୟ :
• ଶରଦ ପୂର୍ଣ୍ଣିମା ସନ୍ଧ୍ୟାରେ ଶ୍ରୀ ରାଧା କୃଷ୍ଣଙ୍କ ପୂଜା କରାଯାଇଥାଏ । ଏହି ଦିନ ଗୋଲାପ ଫୁଲ ମାଳା ଶ୍ରୀ ରାଧା କୃଷ୍ଣଙ୍କୁ ଅର୍ପଣ କରାଯାଇଥାଏ । ମଧ୍ୟ ରାତ୍ରରେ ଧଳା ବସ୍ତ୍ର ପିନ୍ଧି ଚନ୍ଦ୍ରମାଙ୍କୁ ଅର୍ଘ୍ୟ ଦିଅନ୍ତୁ । ଏଥି ସହିତ ‘ଓଁ ରାଧାବଲ୍ଲଭାୟ ନମଃ’ ମନ୍ତ୍ର ୩ ମାଳା ଜପ କରନ୍ତୁ ।
• ଯାହାଙ୍କୁ ପ୍ରେମ କରୁଛନ୍ତି ଓ ବିବାହରେ ବାଧା ଆସୁଛି,ତେବେ ମନ ଚାହୁଁଥିବା ପ୍ରେମକୁ ଜୀବନ ସାଥୀ ଭାବେ ପାଇବା ପାଇଁ ପ୍ରାର୍ଥନା କରନ୍ତୁ । ଭଗବାନଙ୍କୁ ଅର୍ପଣ କରାଯାଇଥିବା ମାଳା ଆପଣଙ୍କ ପାଖରେ ସୁରକ୍ଷିତ ଭାବେ ରଖନ୍ତୁ । ମାନ୍ୟତା ଯେ ଏହାଦ୍ୱାରା ପ୍ରେମ ସମ୍ପର୍କରେ ଆହୁରି ମଧୁରତା ବଢ଼ିଥାଏ ଓ ପ୍ରେମରେ ସଫଳତା ମିଳିଥାଏ ।