ତିନି ଦିନ ଯାଏଁ ଶୁଖିଲା ରହିବ ପାଗ

ଭୁବନେଶ୍ୱର ୧୦।୧୦ : ରାଜ୍ୟରେ ମଙ୍ଗଳବାରଠାରୁ ପାଗ ଶୁଖିଲା ରହିବ । ୧୧ରୁ ୧୩ ତିନି ଦିନ ବିଶେଷ ବର୍ଷା ହେବନି । କାଁ ଭାଁ କେଉଁଠି ଛିଞ୍ଚିପାରେ । ହେଲେ ବିସ୍ତୃତ ବର୍ଷା ନାହିଁ । ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି । ଘୂର୍ଣ୍ଣିବଳୟ ପ୍ରଭାବରେ ୧୦ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ରବିବାର ପାରଳାଖେମୁଣ୍ଡିରେ ୨୦.୨ମିଲିମିଟର, ତାଳଚେରରେ ୧୨, ନୟାଗଡରେ ୧୨, ଖୋର୍ଦ୍ଧାରେ ୧୦, ପାରାଦୀପରେ ୬.୭, ଗୋପାଳପୁରରେ ୬ମିମି ବର୍ଷା ହୋଇଛି ।

Spread the love